Tuesday, March 31, 2026
35.4 C
Odisha

    ନୀରଜ, କଲେ ବଡ଼ ଖୁଲାସା; ଭଙ୍ଗା ହାତରେ ଖେଳିଥିଲେ ଡାଇମଣ୍ଡ ଲିଗ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍ ହୋଇଥିବା ନୀରଜ ଏହି ଖୁଲାସା କରିଛନ୍ତି। ରବିବାର ଏକ୍ସ’ରେ ଏକ ପୋଷ୍ଟ କରି ସେ ଏହା ସୂଚନା ଦେବା ସହିତ ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତା ସମୟରେ କିପରି ସେ ଆହତ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା କହିଛନ୍ତି। ଡାଇମଣ୍ଡ ଲିଗ୍ ରେ ନୀରାଜ ତାଙ୍କର ତୃତୀୟ ପ୍ରୟାସରେ ୮୭.୮୬ ମିଟର ଫିଙ୍ଗିଥିଲେ। ମାତ୍ର ଗୋଟିଏ ସେଣ୍ଟିମିଟର ଦୂରରେ ରହି ନୀରଜ ଏହି ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଛନ୍ତି। ଦୁଇଥର ବିଶ୍ୱ ଚାମ୍ପିଅନ୍ ପିଟର୍ସ ତାଙ୍କ ପ୍ରଥମ ଥ୍ରୋ ସହିତ ପ୍ରଥମ ସ୍ଥାନ ହାସଲ କରି ନେଇଥିଲେ। ସେହିଭଳି ଜର୍ମାନୀର ଜୁଲିଆନ୍ ୱେବର ୮୫.୯୭ ମିଟର ଥ୍ରୋ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତେବେ ବ୍ରୁସେଲ୍ ଡାଇମଣ୍ଡ ଲିଗ ସମୟରେ ଆହତ ହେବା ପରେ ନୀରଜ ତାଙ୍କର ପୋଷ୍ଟରେ ଲେଖିଛନ୍ତି, “ଯେହେତୁ ୨୦୨୪ ସିଜିନ୍ ସମାପ୍ତ ହେଉଛି, ମୁଁ ବର୍ଷସାରା ସମସ୍ୟାର ସାମ୍ନା କରିଛି, ତାହା ମୋତେ ଅନେକ ଶିକ୍ଷା ଦେଇଛି। ଯେପରିକି ପ୍ରଦର୍ଶନରେ ଉନ୍ନତି, ଅସୁବିଧା, ମାନସିକତା ଏବଂ ଅନ୍ୟାନ୍ୟ ବିଷୟରେ। ତେବେ ସୋମବାର ମୁଁ ଅଭ୍ୟାସରେ ଆହତ ହୋଇଛି ଏବଂ ଏକ୍ସ-ରେ କଲା ପରେ ଜଣ ପଡିଛି ଯେ, ମୋର ହାତ ଫ୍ରାକ୍ଚର ହୋଇଛି। ଏହା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା କିନ୍ତୁ ମୋ ଟିମ୍ ସାହାଯ୍ୟରେ ମୁଁ ବ୍ରୁସେଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେଲି ବୋଲି ଚୋପ୍ରା ଲେଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ