Tuesday, July 28, 2026
24.4 C
Odisha

    ନୀଳାଦ୍ରିବିଜେ ଏବଂ ରସଗୋଲା ଦିବସ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଓ ଓଡ଼ିଆଙ୍କ ସ୍ୱାଭିମାନର ପର୍ବ

    ଆଗକୁ ପଢନ୍ତୁ

    ପବିତ୍ର ନୀଳାଦ୍ରିବିଜେ ଅବସରରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଭୋଗ ଖୁଆଇ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି । ଏହି ଅବସରରେ ସାରା ଓଡ଼ିଶାରେ ଉତ୍ସାହର ସହ ପାଳିତ ହୋଇଛି ‘ରସଗୋଲା ଦିବସ’ । ପୁରୀ, ପାହାଳ ଏବଂ ସାଲେପୁରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମିଠା ଦୋକାନଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାଜ୍ୟରେ ଲଗାଣ ବର୍ଷା ଓ ପାଗରେ ପରିବର୍ତ୍ତନ ଯୋଗୁଁ ଘରେ ଘରେ ଥଣ୍ଡା, କାଶ ଓ ଭାଇରାଲ୍ ଜ୍ବର ସମସ୍ୟା ବୃଦ୍ଧି ପାଇଛି । କଟକ ବଡ଼ ମେଡିକାଲ୍ ଓ ଶିଶୁ ଭବନ ସମେତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ ଛୋଟ ପିଲା ଓ ବୃଦ୍ଧବୃଦ୍ଧା ଅଧିକ ସତର୍କ ରହିବାକୁ ଏବଂ ଥଣ୍ଡା ଜିନିଷରୁ ଦୂରେଇ ରହି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।ରସଗୋଲା’ ଶୁଣିଲା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ମନ ମିଠାମିଠା ହୋଇଯାଏ । ଏହା କେବଳ ଏକ ମିଠା ନୁହେଁ, ବରଂ ଓଡ଼ିଆ ଜାତିର ସ୍ୱାଭିମାନ ଏବଂ ମାନଭଞ୍ଜନର ଏକ ଦିବ୍ୟ ମାଧ୍ୟମ । ପବିତ୍ର ନୀଳାଦ୍ରିବିଜେ ଅବସରରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଭୋଗ ଖୁଆଇ ମା’ ମହାଲକ୍ଷ୍ମୀଙ୍କର ସମସ୍ତ ଅଭିମାନ ଓ ମାନଭଞ୍ଜନ କରିଛନ୍ତି ।

    ହେରାପଞ୍ଚମୀରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରେ ମା’ ଲକ୍ଷ୍ମୀଙ୍କର ଯେଉଁ ରାଗ ସୃଷ୍ଟି ହୋଇଥିଲା, ତାହା ବାହୁଡ଼ା ଯାତ୍ରା ଦିନ ଗଜପତି ମହାରାଜଙ୍କ ମଧ୍ୟସ୍ଥତା ପରେ ମଧ୍ୟ ଶାନ୍ତ ପଡ଼ି ନଥିଲା । ଶେଷରେ କାଳିଆ ଠାକୁର ରସଗୋଲା ଖୁଆଇ ମା’ଙ୍କର ସେହି ଅଭିମାନକୁ ପାଣି ପରି ତରଳାଇ ଦେଇଛନ୍ତି । ଏହି ପରମ୍ପରାକୁ ମନେରଖି କେତେକ ଶ୍ରଦ୍ଧାଳୁ ଦୂରଦୂରାନ୍ତରୁ ଆସି ମାଟି କୁଡ଼ୁଆରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ମିଷ୍ଟ ନୈବେଦ୍ୟ ସମର୍ପଣ କରିଛନ୍ତି ।

    ଓଡ଼ିଶାକୁ ରସଗୋଲା ପାଇଁ ଜିଆଇ ଟ୍ୟାଗ୍ ମିଳିସାରିଥିବାବେଳେ, ଏହା ଏକ ଦୃଢ଼ ଦାବି ସାଙ୍ଗକୁ ଓଡ଼ିଆଙ୍କ ଗର୍ବର ପ୍ରସଙ୍ଗ ପାଲଟିଛି । ଏହି ପରିପ୍ରେକ୍ଷୀରେ ନୀଳାଦ୍ରିବିଜେ ଦିବସକୁ ସାରା ରାଜ୍ୟରେ ‘ରସଗୋଲା ଦିବସ’ ଭାବେ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ପୁରୀ, ପାହାଳ ଏବଂ ସାଲେପୁରର ପ୍ରସିଦ୍ଧ ମିଠା ଦୋକାନଗୁଡ଼ିକରେ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା ଏବଂ ଲୋକେ ପ୍ରିୟଜନଙ୍କ ସହ ରସଗୋଲା ଖାଇ ମୁହଁ ମିଠା କରିଥିଲେ ।

    ଏହା ବ୍ୟତୀତ, ପୁରୀରେ ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଏକ ସ୍ୱତନ୍ତ୍ର ରସଗୋଲା ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା । ପୁରୀ ସେବା ସମିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ରସଗୋଲାର ସମୃଦ୍ଧ ଇତିହାସ, ଏହାର ଅନନ୍ୟ ବିଶେଷତ୍ୱ ଏବଂ ଏହାକୁ ବିଶ୍ୱ ଦରବାରରେ କିପରି ଅଧିକ ପ୍ରସାରିତ କରାଯାଇପାରିବ, ସେନେଇ ସାରଗର୍ଭକ ଆଲୋଚନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    2.5kmh
    100 %
    Mon
    24 °
    Tue
    27 °
    Wed
    25 °
    Thu
    30 °
    Fri
    29 °

    ସମ୍ବନ୍ଧିତ