Saturday, September 26, 2026
24.6 C
Odisha

    ଥମୁନି ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦାହରଣ ଦେଲେ ନବୀନ

    ଆଗକୁ ପଢନ୍ତୁ

    ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶାରେ ବହିତ୍ରୁଟି ଓ ରାଜନୈତିକ ବୟାବାଜି ଜୋର ଧରିଛି । ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲେ ମଧ୍ୟ, ଏବେ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ପ୍ରସଙ୍ଗ ପୁଣିଥରେ ସାମ୍ନାକୁ ଆସିଛି ।ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦାହରଣ ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ଦାବି କରିଛନ୍ତି । ଏହାପୂର୍ବରୁ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ସାପ୍ତାହିକ ଚେତାବନୀ ଦେଇ କହିଥିଲେ ଯେ ଯଦି ମନ୍ତ୍ରୀ ସପ୍ତାହେ ଭିତରେ ଇସ୍ତଫା ନଦିଅନ୍ତି, ତେବେ ଓଡ଼ିଶା ବନ୍ଦ କରାଯିବ ।

    ବିରୋଧୀଙ୍କ ଏଭଳି ଆକ୍ରମଣ ପରେ ବିଜେପି ମଧ୍ୟ ପାଲଟା ଜବାବ ରଖିଛି । ବିଜେପି ବିଧାୟକ ଲକ୍ଷ୍ମଣ ବାଗ ପ୍ରଶ୍ନ କରି କହିଛନ୍ତି ଯେ ନବୀନ ବାବୁ ନୀତି ଓ ନୈତିକତାର ପାଠ ପଢ଼ାନ୍ତୁ ନାହିଁ, କାରଣ ତାଙ୍କ ଶାସନକାଳରେ ମଧ୍ୟ ପରୀକ୍ଷା ତ୍ରୁଟି ହୋଇଥିଲା ଏବଂ ସେତେବେଳେ କେତେଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ?

    ଅନ୍ୟପକ୍ଷରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସଂପନ୍ନ ୬ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି, ଯାହାକି ଆଗାମୀ ଦିନରେ ଏଭଳି ଭୁଲ୍ ଏଡ଼ାଇବା ପାଇଁ କାର୍ଯ୍ୟ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ