Thursday, January 29, 2026
25.1 C
Odisha

    ନୂଆପଡ଼ା ଉପନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଦଳ, ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବେ କି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ଖୁବ ଶୀଘ୍ର ଘୋଷଣା କରିବ ପ୍ରାର୍ଥୀ । ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲା ଦଳ।

    ଏଥର ବିଜୟ ନିଶ୍ଚିତ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଅନେକ ଆଶାୟୀଙ୍କ ନାଁ ବିଚାର କରାଯାଉଛି ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବେ କି। ଏ ପ୍ରଶ୍ନର ଉତ୍ତରରେ ତୋମାର କହିଛନ୍ତି, ଏପରି ଚର୍ଚ୍ଚା ତାଙ୍କ ସାମ୍ନାକୁ ଆସି ନାହିଁ ।

    ବିଜେପିରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା। କିନ୍ତୁ ସେ ତୃତୀୟ ସ୍ଥାନରେ ରହିଥିଲେ। ଏଥର ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିବ ନା ପରିବର୍ତ୍ତନ କରିବ। ନା ଅଭିନନ୍ଦନଙ୍କ ସ୍ଥାନରେ ବାପା ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବ । ସେପଟେ ଆଶାୟୀ ତାଲିକାରେ ଅଛନ୍ତି ଯଦୁମଣୀ ପାଣିଗ୍ରାହୀ । ଏହାସହ ଚର୍ଚ୍ଚା ହେଉଛି ବିଜେପି ନୂଆପଡ଼ାରେ ରାଜ୍ୟ ବିଜେପି ସଭାପତିଙ୍କୁ ପ୍ରାର୍ଥୀ କରିପାରେ ।s

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    26 %
    2kmh
    19 %
    Thu
    23 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ