Saturday, February 21, 2026
22.1 C
Odisha

    ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ସ୍ନେହାଙ୍ଗିନୀ ଛୁରିଆ ହେଲେ ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସବୁ ପ୍ରତୀକ୍ଷାର ଅନ୍ତ । ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସମସ୍ତଙ୍କୁ ସରପ୍ରାଇଜ ଦେଲେ ବିଜେଡି ସୁପ୍ରିମୋ । ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ଅତାବିରାରୁ ବିଧାୟିକା ଥିଲେ ସ୍ନେହାଙ୍ଗିନୀ । ବିଜୁ ମହିଳା ଜନତା ଦଳର ସଭାପତି ଅଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପାଇଁ ମନୋଜ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଥିଲା । କିନ୍ତୁ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଜେଡି ସୁପ୍ରିମୋ ।

    ନୂଆପଡ଼ା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବ । ଏଥିରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝି ପ୍ରାର୍ଥୀଙ୍କ ଭାବେ ନିର୍ବାଚନ ଲଢିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    39 %
    2.4kmh
    9 %
    Sat
    23 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ