Friday, September 11, 2026
27.1 C
Odisha

    ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଗଠନ କଲା ଷ୍ଟିଅରିଂ କମିଟି, ୬ ବରିଷ୍ଠ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ବ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ରଣନୀତି । ଗଠନ ହେଲା ଷ୍ଟିଅରିଂ , ଜୋନାଲ କମିଟି ଓ ଲୋକଲ ଆକ୍ସନ କମିଟି। ଷ୍ଟିଅରିଂ କମିଟିରେ ୬ ବରିଷ୍ଠ ନେତା ଅଛନ୍ତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାନ ଷ୍ଟିଅରିଂ କମିଟି ସଦସ୍ୟ ଅଛନ୍ତି ।

    ସେହିପରି ୬ ଟି ଜିଲ୍ଲା ପରିଷଦ ଜୋନ୍ ଓ ୪ଟି ପୌରାଞ୍ଚଳ ଜୋନ୍ ପାଇଁ ୧୦ ଜଣିଆ ଜୋନାଲ କମିଟି ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆପଡ଼ା ଏନଏସି ପାଇଁ କଳିକେଶ ନାରାୟଣ ସିଂଦେଓ ଓ ସାରଦା ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଖରିଆର ଏନଏସି ପାଇଁ ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ।

    ସେହିପରି ନୂଆପଡ଼ା ଓ କୋମନା ବ୍ଲକରେ ଥିବା ୬ଟି ଜିଲ୍ଲା ପରିଷଦ ଜୋନ ପାଇଁ ଜଣେ ଲେଖାଏ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ। ଏହାସହ ଲୋକାଲ ଆକ୍ସନ କମିଟିରେ ୩ ଜଣ ସଦସ୍ୟ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ