Saturday, August 22, 2026
25.3 C
Odisha

    ବାଇକ୍ ସୋରୁମ୍‌ରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ଗୋପ : ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମରେ ଘଟିଲା ଅଗ୍ନିକାଣ୍ଡ। ଜଳିଗଲା ପ୍ରାୟ ୨୦ରୁ ଅଧିକ ବ୍ୟାଟେରୀ ଚାଳିତ ମଟର ସାଇକେଲ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଲା ବେଳେକୁ ଜଳି ଯାଇଥିଲା ସମସ୍ତ ଗାଡ଼ି । ଆଜି ଅପରାହ୍ନ ୫ ଟା ସମୟରେ ହଠାତ ନିଆଁ ଜଳିଥିଲା କୋଣର୍କ ମାଧିପୁର ଛକରେ ରହିଥିବା ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମ ଠାରେ । ସେଠାରେ ଥିବା ଉପସ୍ଥିତ ଲୋକେ ଅଗ୍ନିଶମ ବାହିନୀକୁ ଖଵର ଦେଇଥିଲେ ହେଲେ ଅଗ୍ନିଶମ ବାହିନୀ ପହଁଚିଲା ବେଳକୁ ସୋରୁମରେ ଥିବା ସବୁ ଗାଡ଼ି ଜଳିପୋଡ଼ି ଯାଇଥିଲା। ଅଗ୍ନିକାଣ୍ଡ କିପରି ହେଲା ତାହା ଏବେବି ଅସ୍ପଷ୍ଟ ରହିଛି । ସୋରୁମ ରେ ପ୍ରାୟ ୨୦ ରୁ ଅଧିକ ବ୍ୟାଟେରୀ ଚାଳିତ ଗାଡ଼ି ରହିଥିଲା ବୋଲି ଅନୁମାନ କରାଯାଉଛି । ଯାହାର ଆନୁମାନିକ ମୂଲ୍ୟ ୨୫/୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ