Monday, June 22, 2026
36 C
Odisha

    ନୂଆପଡା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

    ଆଗକୁ ପଢନ୍ତୁ

    ନୂଆପଡା   : ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା ଘାସିରାମ କହିଛନ୍ତି ।

    ଏଥର ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ । କୌଣସି ଦଳର ଲୋଭନୀୟ ଉପହାର କାମ କରିବା ନାହିଁ ବୋଲି ବରିଷ୍ଠ ନେତା କହିଛନ୍ତି । ନୂଆପଡାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ବିଜୟ କରିବା ଦଳର ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକାଇବା ସହ ଘର ଘର ବୁଲି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହି ଅଞ୍ଚଳ ପାଇଁ ଲଢୁଥିବା ଘାସିରାମଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି କଂଗ୍ରେସ ନେତା । ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ଉପନିର୍ବାଚନ ଲଢୁଥିବାରୁ ଏହା ଦଳ ପାଇଁ ଓ ଭକ୍ତଙ୍କ ପାଇଁ ସମ୍ମାନର ବିଷୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    34 %
    4kmh
    62 %
    Mon
    35 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ