Wednesday, March 18, 2026
22.7 C
Odisha

    ନୂଆବର୍ଷରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି :ପୁଷ୍କର ସିଂହ ଧାମି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ନୂଆବର୍ଷ ଅର୍ଥାତ ୨୦୨୫ ଜାନୁୟାରୀରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ ବା (ୟୁସିସି)। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ବିଜେପି ଶାସିତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏ ସମ୍ପର୍କରେ ଘୋଷଣା କରିଛନ୍ତି।ଏଥିପାଇଁ ଏକ ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଲୋକଙ୍କ ପାଇଁ ସହଜ ହେଲା ପରି ଆପ୍‌ ଜରିଆରେ ସେମାନେ ପଞ୍ଜୀକରଣ, ଆବେଦନ ଏବଂ ଅନ୍ୟାନ୍ୟ ସେବା ହାସଲ କରିପାରିବେ।ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଉତ୍ତରାଖଣ୍ଡର ୟୁସିସି ଆଇନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ଵାସର ଭାବନା ସହିତ ସମାଜକୁ ଏକ ନୂଆ ଦିଗ ପ୍ରଦାନ କରିବେ। ଏହି ଆଇନ ସଶକ୍ତିକରଣର ଦ୍ଵାର ଖୋଲିବ, ବିଶେଷକରି ଦେବଭୂମିର ମହିଳା ଏବଂ ଶିଶୁଙ୍କ ଲାଗି ସହାୟକ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ