Saturday, April 11, 2026
37.2 C
Odisha

    ନୂଆବର୍ଷ ୨୦୨୫ର ଏହି ରାଶିର ବଦଳିବ ଭାଗ୍ୟ

    ଆଗକୁ ପଢନ୍ତୁ

    ନୂଆବର୍ଷ ୨୦୨୫ର ଆରମ୍ଭ ହେବାକୁ ଯାଇଛି। ବର୍ଷର ଆରମ୍ଭରେ ହିଁ ଗ୍ରହଙ୍କ ରାଜକୁମାର ବୁଧ ରାଶିରେ ଚଳନ କରିବେ। ୪ ଜାନୁଆରୀରେ ବୁଧ ଗ୍ରହ ଧନୁ ରାଶିରେ ଚଳନ କରିବେ। ବୁଧଙ୍କ ସହ ଧନୁ ରାଶିରେ ସୂର୍ଯ୍ୟଦେବ ଏକାଠି ହେବା ଦ୍ୱାରା ରାଜଯୋଗ ସୃଷ୍ଟି ହେବ। ଏହି ୨ ଶୁଭ ଗ୍ରହ ମିଶି ବର୍ଷର ପ୍ରଥମ ମାସରେ ହିଁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍‌ କରିବେ। ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ବଡ ସଫଳତା ପାଇବା ସହ ଅନେକ ଉନ୍ନତି କରିବେ। ବ୍ୟବସାୟୀ ଅଧିକ ଲାଭବାନ୍‌ ହେବେ। ଜ୍ଞାନ ପ୍ରାପ୍ତି ହେବା ସହ ସଫଳତା ପାଇବେ । ଜାଣନ୍ତୁ ନୂଆବର୍ଷ ଆରମ୍ଭ ପରେ ପ୍ରଥମ ମାସରେ ହିଁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

    ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧଙ୍କ ଚଳନ ନବମ ସ୍ଥାନରେ ହେବାକୁ ଯାଉଛି। ଏମାନେ ନିଜ ପିତାଙ୍କ ସହାୟତାରେ ବଡ ସଫଳତା ପାଇବେ। ପରିଶ୍ରମ ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପାଇବେ। ବଡ ଉପଲବ୍ଧି ହାସଲ କରିବେ। ବ୍ୟବସାୟୀ ଲାଭବାନ୍‌ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ରହିବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ସଫଳତା ପାଇବେ। ମନ ଖୁସି ରହିବ।

    ମିଥୁନ – ଏହି ରାଶିଙ୍କ ଜାତକରେ ସପ୍ତମ ଭାଗରେ ବୁଧଙ୍କ ଚଳନ ହେବାକୁ ଯାଉଛି। ବୁଧ ମିଥୁନ ରାଶିଙ୍କ ସ୍ୱାମୀ, ତେଣୁ ବୁଧଙ୍କ ଚଳନ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବିଶେଷ ଭାବେ ଲାଭଦାୟକ ହେବ। ପରିବାର ସଦସ୍ୟ ଓ ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ। ଯାତ୍ରା କରିବାର ଯୋଗ ରହିଛି। ଯାତ୍ରା ଦ୍ୱାରା ଲାଭବାନ୍‌ ହେବେ। ବ୍ୟବସାୟୀ ବିଶେଷ ଭାବେ ଲାଭବାନ୍‌ ହେବେ।

    ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧ ପଞ୍ଚମ ସ୍ଥାନରେ ରହିବେ। କର୍ମକ୍ଷେତ୍ରରେ ସନ୍ତୁଷ୍ଟ ରହିବେ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

    ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧ ପ୍ରଥମ ସ୍ଥାନରେ ରହିବେ। ଏମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ। ଭାଗ୍ୟର ସାଥ୍‌ ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ବ୍ୟବସାୟୀ ଲାଭବାନ୍‌ ହେବେ। ପରିବାର ସଦସ୍ୟଙ୍କ ଦ୍ୱାରା ଲାଭବାନ୍‌ ହେବେ।

    ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ବୁଧ ଦଶମ ସ୍ଥାନରେ ରହିବେ। ଯାତ୍ରାର କରିବାର ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ