Sunday, October 18, 2026
21.7 C
Odisha

    ନୂଆ ବାସନରୁ ଛାଡ଼ୁନି କି ଷ୍ଟିକର୍ ଗ୍ଲୁ? ଜାଣନ୍ତୁ ବିନା ଦାଗରେ ଛଡ଼ାଇବାର ସହଜ ଘରୋଇ ଉପାୟ

    ଆଗକୁ ପଢନ୍ତୁ

    ନୂଆ ବାସନ କିଣିବା ସମୟରେ ସେଥିରେ ଲାଗିଥିବା ପ୍ରାଇସ୍ ଟ୍ୟାଗ୍ କିମ୍ବା ବ୍ରାଣ୍ଡ୍‌ର ଷ୍ଟିକର୍ ହଟାଇବା ପ୍ରାୟତଃ ସବୁଠାରୁ କଷ୍ଟକର କାମ ପାଲଟିଯାଏ। ଅନେକ ସମୟରେ ଷ୍ଟିକର୍ ତ ବାହାରିଯାଏ, କିନ୍ତୁ ସେଥିରେ ଥିବା ଅଠା ବା ଗ୍ଲୁ ବାସନରେ ଲାଗି ରହିଥାଏ।

    ଏହାକୁ ନଖ କିମ୍ବା କୌଣସି ଧାରୁଆ ଜିନିଷରେ ଘଷିବା ଦ୍ୱାରା ବାସନରେ ଦାଗ କିମ୍ବା ସ୍କ୍ରାଚ୍ ପଡ଼ିଯାଏ। ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କିଛି ସହଜ ଘରୋଇ ଉପାୟ ଆପଣାଇ ବାସନକୁ କୌଣସି କ୍ଷତି ନପହଞ୍ଚାଇ ଷ୍ଟିକର୍ ଏବଂ ସେଥିରେ ଥିବା ଅଠାକୁ ସହଜରେ ସଫା କରିପାରିବେ।

    WD-40 ର ସାହାଯ୍ୟ ନିଅନ୍ତୁ : ଯଦି ଘରେ WD-40 ସ୍ପ୍ରେ’ ଅଛି, ତେବେ ଏହା ଷ୍ଟିକର୍ ହଟାଇବାର ସବୁଠାରୁ ସହଜ ଉପାୟ। ପ୍ରଥମେ ଷ୍ଟିକର୍ ଉପରେ ଅଳ୍ପ WD-40 ସ୍ପ୍ରେ’ କରନ୍ତୁ ଏବଂ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାଦ୍ୱାରା ଅଠା ନରମ ହୋଇଯାଏ।

    ଏହାପରେ ନରମ ସୁତା କପଡ଼ାରେ ହାଲୁକା ଭାବେ ଘଷନ୍ତୁ। ଆବଶ୍ୟକ ପଡ଼ିଲେ କୌଣସି ପ୍ଲାଷ୍ଟିକ୍ କାର୍ଡ କିମ୍ବା କ୍ଷତି ପହଞ୍ଚାଉ ନଥିବା ଜିନିଷରେ ଷ୍ଟିକର୍ କାଢ଼ନ୍ତୁ। ଧ୍ୟାନ ରଖନ୍ତୁ ଯେ ଛୁରୀ କିମ୍ବା କୌଣସି ଅତି ଧାରୁଆ ଜିନିଷ ବ୍ୟବହାର କରିବେ ନାହିଁ, କାରଣ ଏହାଦ୍ୱାରା ଷ୍ଟିଲ୍ ବାସନରେ ସ୍କ୍ରାଚ୍ ପଡ଼ିପାରେ। ଶେଷରେ ବାସନକୁ ସାବୁନ୍ ଓ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।

    ଖାଇବା ତେଲ ମଧ୍ୟ କରିବ କମାଲ : ଯଦି WD-40 ଉପଲବ୍ଧ ନାହିଁ, ତେବେ ଘରେ ଥିବା ଯେକୌଣସି ତେଲ କାମରେ ଆସିପାରିବ। ଓଲିଭ୍ ଅଏଲ୍, ବେବି ଅଏଲ୍ କିମ୍ବା ସାଧାରଣ ରନ୍ଧନ ତେଲର କିଛି ବୁନ୍ଦା ଷ୍ଟିକର୍ ଉପରେ ଲଗାନ୍ତୁ। ପ୍ରଥମେ ଚେଷ୍ଟା କରନ୍ତୁ ଯେ ଶୁଖିଲା ଷ୍ଟିକର୍ ଯେତିକି ବାହାରି ପାରୁଛି, ତାହାକୁ ବାହାର କରିଦିଅନ୍ତୁ।

    ଏହାପରେ ତେଲ ଲଗାଇ ପ୍ରାୟ ୫ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ। ସମୟ ପୂରଣ ହେବା ପରେ ନରମ କପଡ଼ାରେ ଧୀରେ ଧୀରେ ପୋଛି ଦିଅନ୍ତୁ। ଏହାଦ୍ୱାରା ଅଠା ସହଜରେ ବାହାରିଯିବ ଏବଂ ବାସନର ଚମକ ମଧ୍ୟ ବଜାୟ ରହିବ। ଯଦି ପ୍ରଥମ ଥରରେ ସମ୍ପୂର୍ଣ୍ଣ ଅଠା ନଛାଡ଼େ, ତେବେ ଏହି ପ୍ରକ୍ରିୟା ପୁଣି ଥରେ ଦୋହରାଇ ପାରିବେ।

    ଆଲକୋହଲ୍ ଦ୍ୱାରା ମଧ୍ୟ ଛାଡ଼ିଯିବ ଅଠା : ରବିଂ ଆଲକୋହଲ୍ କିମ୍ବା ସାଧାରଣ ଆଲକୋହଲ୍ ମଧ୍ୟ ଷ୍ଟିକର୍ ହଟାଇବାରେ ବେଶ୍ ପ୍ରଭାବଶାଳୀ। ଗୋଟିଏ ପେପର୍ ଟାୱେଲ୍ କିମ୍ବା ନରମ କପଡ଼ାରେ ଅଳ୍ପ ଆଲକୋହଲ୍ ପକାନ୍ତୁ ଏବଂ ତାହାକୁ ଷ୍ଟିକର୍ ଉପରେ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।

    ଏହାଦ୍ୱାରା ଅଠା ନରମ ହେବାକୁ ଲାଗିବ। ଏହାପରେ ଧୀରେ ଧୀରେ ଘଷି ଷ୍ଟିକର୍ ବାହାର କରିଦିଅନ୍ତୁ। ଯଦି କିଛି ଅଠା ରହିଯାଏ, ତେବେ ପୁଣି ଥରେ ଆଲକୋହଲ୍ ଲଗାଇ ସଫା କରନ୍ତୁ।

    ଏହି କଥା ପ୍ରତି ଧ୍ୟାନ ରଖିବେ : ଷ୍ଟିକର୍ ହଟାଇବା ସମୟରେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଧାରୁଆ ବ୍ଲେଡ୍, ଛୁରୀ କିମ୍ବା ଷ୍ଟିଲ୍ ସ୍କ୍ରବର୍ ବ୍ୟବହାର କରିବା ଦ୍ୱାରା ନୂଆ ବାସନରେ ସଦାସର୍ବଦା ପାଇଁ ଗଭୀର ଦାଗ/ସ୍କ୍ରାଚ୍ ପଡ଼ିପାରେ। ସବୁବେଳେ ନରମ କପଡ଼ା, ପେପର୍ ଟାୱେଲ୍ କିମ୍ବା ପ୍ଲାଷ୍ଟିକ୍ କାର୍ଡ ଭଳି ଜିନିଷ ବ୍ୟବହାର କରନ୍ତୁ।

    ଶେଷରେ ବାସନକୁ ଭଲଭାବେ ଧୋଇ ଶୁଖାଇ ଦିଅନ୍ତୁ। ଯଦି ସାବୁନ୍ ଓ ପାଣିରେ ଷ୍ଟିକର୍ ଛାଡ଼ୁନାହିଁ, ତେବେ ଏହି ସହଜ ଘରୋଇ ଉପାୟରେ ମାତ୍ର କିଛି ମିନିଟ୍‌ରେ ଜିଦି ଅଠା ମଧ୍ୟ ସଫା ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ