Thursday, January 22, 2026
22.4 C
Odisha

    ନୂଆ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବ ଘୋଷଣା ମୁତାବକ ଆଜି ୪,୫୭,୬୮୧ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନା କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ୩୧୫କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ଟଙ୍କା ପଠାଇଛନ୍ତି ।
    ସୁଭଦ୍ରା ଯୋଜନାରେ ଆଜି ୪,୫୭,୬୮୧ ହିତାଧିକାରୀ ଯୋଡି ହୋଇଛନ୍ତି । ସେଥିମଧ୍ୟରୁ ୧,୭୮,୩୯୮ ଜଣ ନୂତନ ପଞ୍ଜିକୃତ ହିତାଧିକାରୀ ଅଛନ୍ତି। ଏହି ହିତାଧିକାରୀ ଗୋଟିଏ କିସ୍ତି ଟଙ୍କା ପାଇଛନ୍ତି। ସେହିପରି ଆଗରୁ କୌଣସି କାରଣରୁ ବାଦ୍ ପଡ଼ିଥିବା ଓ ପରେ ଅଭିଯୋଗ ଶୁଣାଣି ଦ୍ବାରା ଯୋଡ଼ି ହୋଇଥିବା ୨୪ ହଜାର ୧୮ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପାଇଛନ୍ତି ।

    ବୈଷୟିକ ତ୍ରୁଟି ଯୋଗୁଁ ବାଦ୍ ପଡ଼ିଥିବା ୨,୫୫,୨୨୬ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଏମାନେ ତୃତୀୟ କିସ୍ତି ଟଙ୍କା ପାଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇ ନଥିଲେ। ଫଳସ୍ବରୂପ ଏହି ହିତାଧିକାରୀ ଏକକାଳୀନ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଟଙ୍କା ଲେଖାଏଁ ପାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    33 %
    1.3kmh
    0 %
    Thu
    21 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ