Wednesday, September 30, 2026
22.7 C
Odisha

    ନେପାଳରେ ଭୂକମ୍ପ ଝଟକା, ତୀବ୍ରତା ୫.୩

    ଆଗକୁ ପଢନ୍ତୁ

    ନେପାଳ : ମଙ୍ଗଳବାରରେ ନେପାଳର ମୁସ୍ତାଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୩ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ  ସୃଷ୍ଟି କରିଥିଲା ​​ଏବଂ ଲୋକେ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ । କିନ୍ତୁ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ରିପୋର୍ଟ ମିଳିନାହିଁ ।

    ସୂଚନାନୁଯାୟୀ, ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ୯ ଟା ୫୩ ମିନିଟ୍ ସମୟରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଲୋମନ୍ଥାଙ୍ଗ ଅଞ୍ଚଳରେ ଥିଲା ବୋଲି NCS ପକ୍ଷରୁ ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୩୫ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା ।  ଏହି ଶକ୍ତିଶାଳୀ ଭୂକମ୍ପ ତିଦ୍ଦତ ସହିତ ନେପାଳର ମୁସ୍ତାଙ୍ଗ, ବାଗଲୁଙ୍ଗ, ଧୋଲାଗିରି ସମେତ ଅନ୍ୟାନ୍ୟ ଦେଶରେ ଅନୁଭୂତ ହୋଇଥିଲା । ହେଲେ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ରିପୋର୍ଟ ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ