Tuesday, September 29, 2026
23.6 C
Odisha

    ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍

    ଆଗକୁ ପଢନ୍ତୁ

    ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ତେବେ ନିକଟରେ ଶେଷ ହୋଇଥିବା ବାଂଲାଦେଶ ବିପକ୍ଷରେ କୌଣସି ଉପ-ଅଧିନାୟକ ଘୋଷଣା ହୋଇ ନ ଥିଲା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଦଳରେ ବୁମ୍ରାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ବ୍ୟକ୍ତିଗତ କାରଣରୁ ରୋହିତ ଶର୍ମା ଅଷ୍ଟ୍ରେଲିଆରେ ହେବାକୁ ଥିବା ବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇ ମ୍ୟାଚ୍ ନ ଖେଳିବାର ଆଶଙ୍କା ଥିବାରୁ ଦଳରେ ନ୍ୟୁଜିଲାଣ୍ଡ ବିପକ୍ଷ ଦଳରେ ଉପ-ଅଧିନାୟକ ନିଯୁକ୍ତ କରାଯାଇଥିବା କୁହାଯାଉଛି।

    ଭାରତୀୟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ବାଲ, ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ଉଇକେଟ ରକ୍ଷକ), ଧ୍ରୁଭ ଜୁରେଲ (ଉଇକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ