Tuesday, November 17, 2026
19.3 C
Odisha

    ନ୍ୟୁୟର୍କ ଟାଇମ୍ସକୁ ପିଓକେର ଭୂଗୋଳ ପଢ଼ାଇଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଉପରେ କଡ଼ା ଆପତ୍ତି କରିଛି। ରିପୋର୍ଟରେ ପାକ୍ ଅଧିକୃତ କାଶ୍ମୀର(ପିଓକେ)କୁ ‘ପାକିସ୍ତାନୀ କାଶ୍ମୀର’ ବୋଲି ଉଲ୍ଲେଖ କରାଯାଇଛି। ଭାରତ ଦୋହରାଇଛି ଯେ, ଏହି ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମେରିକାର ସମ୍ବାଦପତ୍ରର ସାମ୍ପ୍ରତିକ ରିପୋର୍ଟର ଶୀର୍ଷକ ଉପରେ ଆପତ୍ତି ଉଠାଇ ଆମେରିକାରେ ଥିବା ଭାରତୀୟ ଦୂତାବାସ ଏହି ଶବ୍ଦର ବ୍ୟବହାରକୁ ଭ୍ରାମକ ଏବଂ ଭୁଲ୍ ବୋଲି ବର୍ଣ୍ଣନା କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଭାରତୀୟ ଦୂତାବାସ କହିଛି, କୌଣସି ‘ପାକିସ୍ତାନୀ କାଶ୍ମୀର’ ନାହିଁ, କେବଳ ପାକ୍ ଅଧିକୃତ କାଶ୍ମୀର ହିଁ ଅଛି।ନୂଆଦିଲ୍ଲୀ ନିଜର ଦୀର୍ଘକାଳୀନ ସ୍ଥିତିକୁ ଦୋହରାଇ କହିଛି ଯେ, ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ସର୍ବଦା ରହିବ ମଧ୍ୟ। ଭାରତୀୟ ଦୂତବାସ କହିଛି, ପାକିସ୍ତାନ ଏହି କ୍ଷେତ୍ରଗୁଡ଼ିକର କିଛି ଅଂଶକୁ ବେଆଇନ ଭାବରେ ଦଖଲ କରି ସେଠାରେ ରହୁଥିବା ଲୋକଙ୍କ ଉପରେ ହିଂସା ଆଚରଣ କରୁଛି।

    ପାକିସ୍ତାନ ଅଧିକୃତ କାଶ୍ମୀରରେ ସାମ୍ପ୍ରତିକ ଅଶାନ୍ତି ଏବଂ ସ୍ଥାନୀୟ ନିର୍ବାଚନ ବିଷୟରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିବା ପରେ ଭାରତର ପ୍ରତିକ୍ରିୟା ଆସିଛି । ସମ୍ବାଦପତ୍ର ଅନୁଯାୟୀ, ମିରପୁରରେ ହିଂସା ସେତେବେଳେ ଘଟିଥିଲା ​​ଯେତେବେଳେ ସୁରକ୍ଷା ବାହିନୀ ମିଳିତ ଆୱାମୀ ଆକ୍ସନ କମିଟିର ସଦସ୍ୟମାନଙ୍କ ସହିତ ସଂଘର୍ଷ କରିଥିଲେ, ଯାହା ନାଗରିକ ଅଧିକାର ପାଇଁ କାମ କରୁଥିବା ଏବଂ ପୁଲିସ ଅତ୍ୟାଚାର ବିରୋଧରେ ପ୍ରତିବାଦ କରୁଥିବା ଏକ ସଂଗଠନ।

    ଆମେରିକୀୟ ଖବରକାଗଜ ଅନୁଯାୟୀ,ଏହି ସଦ୍ୟତମ ହିଂସାରେ ଗୁଳିଚାଳନା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପାକିସ୍ତାନ ମାନବାଧିକାର କମିସନ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛି। ନ୍ୟୁୟର୍କ ଟାଇମ୍ସ ଏହା ମଧ୍ୟ କହିଛି ଯେ ଗତ କିଛି ସପ୍ତାହ ଧରି ଚାଲିଥିବା ଉତ୍ତେଜନା ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ସମଗ୍ର ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଛି। ରିପୋର୍ଟରେ ମିଳିତ ଆୱାମୀ ଆକ୍ସନ କମିଟିର ଦାବିକୁ ମଧ୍ୟ ଉଦ୍ଧୃତ କରାଯାଇଛି ଯେ ପୁଲିସ ସହିତ ସଂଘର୍ଷରେ ଏହାର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ତେବେ ସମ୍ବାଦପତ୍ର ସ୍ପଷ୍ଟ କରିଛି ଯେ, ଆମେ ନିରପେକ୍ଷ ଭାବରେ ଏହି ଦାବିଗୁଡ଼ିକୁ ଯାଞ୍ଚ୍ କରିପାରିବୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.3 ° C
    19.3 °
    19.3 °
    72 %
    1kmh
    100 %
    Mon
    19 °
    Tue
    26 °
    Wed
    26 °
    Thu
    24 °
    Fri
    18 °

    ସମ୍ବନ୍ଧିତ