Tuesday, March 4, 2025
20 C
Odisha

    ପକ୍ଷାଘାତ କରିଦେଲା ବାବୁଲାଲଙ୍କୁ ଅସହାୟ, ଏବେ ସରକାରୀ ସହାୟତାକୁ ଅପେକ୍ଷା

    ଆଗକୁ ପଢନ୍ତୁ

    ପାଟଣାଗଡ଼: ରୋଗ ସର୍ବସ୍ଵାନ୍ତ କରିଦେଲା ପରିବାରକୁ । ହସଖୁସିର ପରିବାର ହୋଇଗଲା ଦୟନୀୟ । ଓଳିଏ ଖାଇଲେ ଆରଓଳି ଉପାସ ରହିବାକୁ ପଡୁଛି । ନିଃସହାୟ ମହିଳା ରୋଗୀଣା ସ୍ୱାମୀଙ୍କୁ ଛାଡି କୁଆଡେ ଯାଇପାରୁଛନ୍ତି ନାଁ ନିଜ ପିଲାମାନଙ୍କ ପାଇଁ ଦିମୁଠା ଖାଇବା ଯୋଗାଡ଼ କରିପାରୁଛନ୍ତି । ଯାହାବି ସରକାରୀ ସହାୟତା ମିଳୁଛି ସମୁଦ୍ରକୁ ଶଙ୍ଖେ ।

    ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଗ୍ରାମପଞ୍ଚାୟତ ଅଏଁଳାତୁଙ୍ଗା ଗାଁର ବାବୁଲାଲ ସାହୁ । ସ୍ତ୍ରୀ, ଦୁଇ ଝିଅ ଓ ପୁଅଙ୍କୁ ନେଇ ଚଳୁଥିଲା ହସଖୁସିର ପରିବାର । ନିଜେ ମୂଲ ମଜୁରୀ କରି ପରିବାରକୁ ହସଖୁସିରେ ଚଳାଉଥିଲେ । ହେଲେ ଗତ ୨୦୨୪ ଜୁଲାଇ ମାସରେ ପରିବାର ପାଇଁ ଘୋଟିଆସିଲା ଅମା ଅନ୍ଧକାର । ଘରର ଏକମାତ୍ର ରୋଜଗାରିଆ ବାବୁଲାଲ ସାହୁ ପକ୍ଷାଘାତ ରୋଗରେ ପୀଡିତ ହେଲେ । ସ୍ତ୍ରୀ ମଲ୍ଲୀ ସାହୁ ସ୍ୱାମୀଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ପରେ ବଲାଙ୍ଗିର ଡାକ୍ତରଖାନା ନେଇଥିବାବେଳେ, ଶେଷରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ବରଗଡ଼ ଘରୋଇ ଡାକ୍ତରଖାନାରେ ବାବୁଲାଲଙ୍କ ଚିକିତ୍ସାରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ତାଙ୍କ ସ୍ତ୍ରୀ ।

    ସ୍ୱାମୀଙ୍କ ଚିକିତ୍ସା ପାଇଁ ପୈତୃକ ଜମିବାଡ଼ି ବନ୍ଧକ ପଡ଼ିଥିବାବେଳେ ଘରର ସମସ୍ତ ଅସ୍ଥାବର ସମ୍ପତି ବିକ୍ରୟ ହୋଇ ସାରିଲାଣି । ଅଧିକ ଚିକିତ୍ସା ପାଇଁ ଘରେ ଟଙ୍କା ନଥିବାରୁ ଏବେ ଉନ୍ନତ ଚିକିତ୍ସା ପାଇଁ ମଧ୍ୟ କେଉଁଆଡେ ନେଇପାରୁନାହାନ୍ତି ସ୍ତ୍ରୀ । ସରକାରୀ ସହାୟତା ଭାବରେ ୨୫ କିଲୋ ଚାଉଳ ପାଉଥିବା ବେଳେ ୫ପ୍ରାଣୀ କୁଟୁମ୍ବ ମାସେ ଚଳିବା ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି । ରହୁଥିବା ଘରଟି ମଧ୍ୟ ଭାଙ୍ଗିବାକୁ ବସିଲାଣି । ଏଣୁ ବାବୁଲାଲଙ୍କୁ ଭିନ୍ନକ୍ଷମ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ପରିବାରକୁ ଅନ୍ତୋର୍ଦୟ ଯୋଜନାରେ ସାମିଲ କରିବା ସହିତ ଅଧିକ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ।

    ରୋଗରେ ପୀଡିତ ହୋଇ ସମସ୍ତ ସମ୍ପତି ହରାଇବା ପରେ ଏବେ ଭରଷା କେବଳ ସରକାରୀ ସହାୟତା । ଏଣୁ ଗ୍ରାମବାସୀ ଏହି ଅସହାୟ ପରିବାରକୁ ସହାୟତାର ହାତ ବଢାଇବା ପାଇଁ ଅନୁରୋଧ କରିଥିବାବେଳେ ଦୁଃଖୀ ପରିବାର ବିଷୟରେ ଜାଣିବାପରେ ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ ନିଜେ ଦୁଃଖପ୍ରକାଶ କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20 ° C
    20 °
    20 °
    37 %
    1.7kmh
    9 %
    Tue
    35 °
    Wed
    36 °
    Thu
    35 °
    Fri
    36 °
    Sat
    38 °

    ସମ୍ବନ୍ଧିତ