Tuesday, April 7, 2026
31.9 C
Odisha

    ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା: ଆତ୍ମହତ୍ୟା ଧମକ ଦେଲେ ପୁରୁଷ ବନ୍ଧୁଙ୍କ ବାପା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା, ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବାପା ଆତ୍ମହତ୍ୟା ଧମକ ଦେଇଛନ୍ତିି। ସେ କହିଛନ୍ତି ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି। ଏବେ ଏହି ଘଟଣାରେ ରାଜନୀତି କରାଯାଉଛି। ମୁଁ ଗରିବ ବୋଲି ନ୍ୟାୟ ପାଉନି , ବାଧ୍ୟ ହୋଇ ମୁଁ ଆତ୍ମହତ୍ୟା କରିବି। ବର୍ତ୍ତମାନ ପୁରୁଷ ବନ୍ଧୁଙ୍କ ଗାଁ ତେରୋହୀରେ ଚାପା ଉତ୍ତେଜନା ଦେଖାଦେଇଛି। ସେପଟେ ଶୁକ୍ରବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବତୀର ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ପୁଲିସ ଗିରଫ କରିବା ପରେ ଯୁବକର ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଫସାଇ ଦିଆଯାଇଛି। ଝିଅକୁ ତାଙ୍କ ପରିବାର ମାରିଦେଇ ଅଯଥାରେ ଆମ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି ଆରୋପ କରିଥିଲେ। ଏପରି ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ମଧ୍ୟ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ଉପରେ ପ୍ରଥମରୁ ସନ୍ଦେହ କରି ଆସୁଛି। ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ସେଥିନେଇ ପୁଲିସର ସନ୍ଦେହ ବଢୁଛି। ଯୁବତୀ ନିଜେ ଆତ୍ମଦାହ କରିଛନ୍ତି ନା’ ତାଙ୍କୁ ପୋଡ଼ି ଦିଆଯାଇଛି ସେଥିନେଇ ତଦନ୍ତକାରୀ ଦଳ ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଛି। ଶନିବାର ପୁଲିସ ଛାତ୍ରୀଙ୍କ ବାପାଙ୍କୁ ଥାନାକୁ ଆଣି ଘନଘନ ପଚରାଉଚରା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ