Monday, March 30, 2026
40.5 C
Odisha

    ପତଞ୍ଜଳି ଟୁଥ୍‌ପେଷ୍ଟରେ ଆମିଷ, ରାମଦେବଙ୍କୁ ଜବାବ୍‌ ମାଗିଲେ କୋର୍ଟ

    ଆଗକୁ ପଢନ୍ତୁ

    ବାବା ରାମଦେବଙ୍କ ଦ୍ବାରା ପ୍ରତିଷ୍ଠିତ ଆୟୁର୍ବେଦିକ କମ୍ପାନୀ ପତଞ୍ଜଳିର ଟୁଥ୍‌ପେଷ୍ଟରେ ରହିଛି ନନ୍‌-ଭେଜ୍‌। ଏଭଳି ସଂଘାତିକ ଅଭିଯୋଗ ଆସିଛି ପତଞ୍ଜଳି ଦ୍ବାରା ପ୍ରସ୍ତୁତ ଟୁଥ୍‌ପେଷ୍ଟ ‘ଦିବ୍ୟ ଦନ୍ତ ମଞ୍ଜନ୍‌’ ବିରୁଦ୍ଧରେ। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ଏହି ଟୁଥ୍‌ପେଷ୍ଟରେ ନନ୍‌-ଭେଜ୍ ଉପାଦନ ରହିଛି। ଆବେଦନକାରୀ ଆଡଭୋକେଟ୍ ଯତୀନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ କମ୍ପାନୀ ‘ଦିବ୍ୟ ଦନ୍ତ ମଞ୍ଜନ’ରେ (କମନ୍‌ କଟେଲ ଫିସ୍‌)ନାମକ ଏକ ମାଂସାସୀ ପଦାର୍ଥ ବ୍ୟବହାର କରାଯାଉଛି।

    ଏଥିରେ ମଧ୍ୟ କୁହାଯାଇଛି ଯେ ଅଣ-ଶାକାହାରୀ ବା ନନ୍‌-ଭେଜ୍‌ ଉପାଦାନ ବ୍ୟବହାର ସତ୍ତ୍ବେ ଉତ୍ପାଦକୁ ସବୁଜ ଅର୍ଥାତ୍ ଶାକାହାରୀ ଲେବଲ୍ ଦିଆଯାଇଛି। ଏହା ଉପରେ ଦିଲ୍ଲୀ ହାଇକୋର୍ଟ ପତଞ୍ଜଳି ଆୟୁର୍ବେଦ ଏବଂ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ କମ୍ପାନୀକୁ ଜବାବ୍‌ ତଲବ କରିଛନ୍ତି। ଜଷ୍ଟିସ୍ ସଞ୍ଜୀବ ନରୁଲା ମଧ୍ୟ ଏହି ଉତ୍ପାଦ ପ୍ରସ୍ତୁତ କରୁଥିବା କେନ୍ଦ୍ର ସରକାର ଏବଂ ପତଞ୍ଜଳିର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ ରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ