Tuesday, March 3, 2026
23.3 C
Odisha

    ପରଫ୍ୟୁମ୍ ଲଗାଉଥିଲେ ସାବଧାନ, ଭୋଗିପାରନ୍ତି ଏହି ଅସୁବିଧା !

    ଆଗକୁ ପଢନ୍ତୁ

    ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି । ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଜାଣନ୍ତୁ ଅଧିକ ପରଫ୍ୟୁମ୍‌ ବ୍ୟବହାର କଲେ କ’ଣ କ୍ଷତି ହୁଏ । ଯେକୌଣସି ସମୟ ହେବା ବା ଋତୁ ଆଜିକାଲି ପ୍ରାୟ ସମସ୍ତେ ପରଫ୍ୟୁମ୍ ଲଗାଇବାକୁ ପସନ୍ଦ କରନ୍ତି। ଏହା ସୁଗନ୍ଧିତ ହୋଇଥିଲେ ମଧ୍ୟ ଶରୀର ପ୍ରତି ବହୁ ହାନିକାରକ ହୋଇଥାଏ ।  ଏଥିରେ ଥିବା କେମିକାଲ ଶରୀର ପ୍ରତି ହାନିକାରକ ହେବା ସହ ତ୍ବଚାରେ ସଂକ୍ରମଣର କାରଣ ପାଲଟିଥାଏ ।  ଏହାର ବ୍ୟବହାରରୁ ଅନେକଙ୍କୁ ଶ୍ବାସ, କର୍କଟ ଏବଂ ସଂକ୍ରମଣ ଜନିତ ରୋଗ ଆଦି ହୋଇଥାଏ ।

    ପରଫ୍ୟୁମରେ ପ୍ରାପିଲିନ୍ ଏବଂ ଗ୍ଲାୟସୋଲ୍ ଆଦି କେମିକାଲ ରହିଥାଏ ।  ଏହି ଦୁଇ ରସାୟନ ଶରୀରରେ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଏହା ଦ୍ବାରା କିଡ଼ନି ଖରାପ ହେବା ସମସ୍ୟା ମଧ୍ୟ ଉପୁଜିଥାଏ ।

    ଏହା ଛଡ଼ା ଡ଼ିଓ ବା ପରଫ୍ୟୁମକୁ ଆଣ୍ଟିବ୍ୟାକ୍ଟେରିଆଲ କରିବା ପାଇଁ ଟ୍ରାଇକ୍ଳୋସନ ନାମକ କେମିକାଲ ବ୍ୟବହାର କରାଯାଇଥାଏ ।  ଏହି କେମିକାଲ ଶରୀରରେ ଥିବା ରୋଗପ୍ରତିରୋଧକ କ୍ଷମତା କମ କରିଥାଏ ।  ତେବେ ଗର୍ଭବତୀ ସମୟରେ ଭୁଲରେ ମଧ୍ୟ ପରଫ୍ୟୁମ୍ ବ୍ୟବହାର କରିବା ଉଚିତ ନୁହଁ । କାରଣ ଏହା ଦ୍ବାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ଶିଶୁର ସଠିକ୍ ଶାରୀରିକ ବିକାଶ ହୋଇପାରି ନଥାଏ ।

    ପରଫ୍ୟୁମ୍ କାରଣରୁ ତ୍ବଚାରେ କୌଣସି ପ୍ରକାରର ସଂକ୍ରମଣ ଦେଖାଗଲେ ତୁରନ୍ତ ଥଣ୍ଡା ପାଣିରେ ସେହି ସ୍ଥାନକୁ ଧୁଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବା ସହ ଏହା କମ ମଧ୍ୟ ହେବ।

    ପରଫ୍ୟୁମ୍‌ରେ କେମିକାଲ ମିଶିଥାଏ । ଫଳରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇବା ସହ ଜଳାପୋଡ଼ା ହୋଇଥାଏ ।

    ଖାଲି ଏତିକି ନୁହେଁ, ଏଥିରେ ମିଶିଥିବା ଆଲକହଲ ତ୍ୱଚା ପ୍ରତି ମଧ୍ୟ ହାନିକାରକ । ପ୍ରାକୃତିକ ତ୍ୱଚାକୁ ନଷ୍ଟ କରି ଦେଇଥାଏ ।

    ଅନେକ ସମୟରେ ପରଫ୍ୟୁମ୍‌ ବ୍ୟବହାର ଯୋଗୁ ସେହି ସ୍ଥାନ କୁଣ୍ଡେଇ ହୋଇ ଫଳି ଯାଇଥାଏ। ବେଳେବେଳେ ଏହି ଜାଗାରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ ।

    ହରମୋନ୍‌ଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ପରଫ୍ୟୁମ୍‌ ବ୍ୟବହାର କରୁଥିଲେ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    22 %
    2.2kmh
    7 %
    Tue
    23 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ