Thursday, September 19, 2024
23 C
Odisha

    ପରିବହନ ବିଭାଗ ଦ୍ୱାରା ୩୦ ଗାଡ଼ି ଜବତ; କ୍ରୀଡ଼ା ଛାତ୍ରାବାସ ବସକୁ ୧.୨୨ ଲକ୍ଷ ଟଙ୍କା ଜରିମାନା

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବୈଧ ପରିବହନ ଚାଲିଛି । ସ୍ଥାନୀୟ ପରିବହନ ବିଭାଗ ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ୨ରୁ ଚାରିଚକିଆ ଯାଏ ୩୦ଟି ଗାଡ଼ି ଜବତ କରିଛି ।
    ୧୮ରୁ କମ୍ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବା ମନା ରହିଛି । ୨ ଚକିଆ ଯାନରେ ସ୍କୁଲ ଯିବାଆସିବା କରୁଥିବା ପିଲାଙ୍କୁ ତାଙ୍କ ଅଭିଭାବକମାନେ ଗାଡ଼ିରେ ବସାଇ ନେଇ ଛାଡ଼ିବା କଥା । ମାତ୍ର ଏହି ବୟସର ସ୍କୁଲ ପିଲାମାନେ ନିଜେ ଗାଡ଼ି ଚଳାଇ ସ୍କୁଲ ଯିବାଆସିବା କରୁଛନ୍ତି । ଏତିପ୍ରତି ସ୍କୁଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖି ବୁଜିଦେଉଛନ୍ତି । ପଲଟା ତାଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଅନେକ ସ୍କୁଲ ପରିସରରେ ତାଙ୍କ ଗାଡ଼ି ପାଇଁ ଷ୍ଟାଣ୍ଡ ଖୋଲାଯାଇଛି । ସେହିପରି ଛାତ୍ର ଛାତ୍ରୀଙ୍କ ପରିବହନରେ ନିୟୋଜିତ ଅଟୋ, ଛୋଟ ଚାରିଚକିଆ ଯାନଠାରୁ ଆରମ୍ଭ କରି ଅନେକ ସ୍କୁଲ ବସ ଯାଏଁ କାଗଜପତ୍ର ଠିକ ନାହିଁ । କେଉଁ ଗାଡ଼ିର ଫିଟନେସ ନାହିଁ ତ କେଉଁ ଗାଡ଼ିର ପରମିଟ ନାହିଁ । କେଉଁ ଗାଡ଼ିର ଇନସ୍ୟୁରାନ୍ସ ନାହିଁ ତ କେଉଁ ଗାଡ଼ିର ଟ୍ୟାକ୍ସ ଠିକ ନାହିଁ । ଏପରିକି ସମସ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ । ଫିଟନେସ, ପରମିଟ, ଇନସ୍ୟୁରାନ୍ସ, ଟ୍ୟାକ୍ସ ଆଦି ନ ଥିବା ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସର ଏକ ଘରୋଇ ବସ (ଓଡି୧୪-ଜେ୬୧୩୬) ପରିବହନ ବିଭାଗ ହାତରେ ଧରାପଡ଼ିଛି । ଉକ୍ତ ବସ ଚାଳକଙ୍କ ହାତରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନ ଥିଲା । ଜ୍ୟୋତି ନାମକ ଉକ୍ତ ଘରୋଇ ବସକୁ ଜବତ କରାଯିବା ସହ ୧,୨୨,୪୪୮ ଟଙ୍କା ଜରିମାନା ହୋଇଛି । ସେହିପରି କାଗତପତ୍ର ଠିକ ନ ଥାଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିୟୋଜିତ ୧୫ଟି ଅଟୋ ଜବତ କରାଯାଇ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଏତଦବ୍ୟତୀତ, ୧୮ ବର୍ଷରୁ କମ୍ ବୟସ୍କ ସ୍କୁଲ ପିଲା ଚଳାଉଥିବା ୮ଟି ସ୍କୁଟି ଓ ୩ଟି ବାଇକ ଜବତ ହୋଇଛି । ଏହି ସ୍କୁଟିଗୁଡ଼ିକୁ ୨୫ ହଜାର ଟଙ୍କା ଓ ବାଇକଗୁଡ଼ିକରୁ ସାଢ଼େ ୭ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଆଦାୟ ପରେ ଗାଡ଼ି ଛାଡ଼ କରାଯାଉଛି । ସ୍ଥାନୀୟ ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ପର୍ଶୁରାମ ସାହୁଙ୍କ ନେତୃତ୍ୱରେ ଉକ୍ତ ଚଢ଼ଉ ଚାଲିଛି । ପରିବହନ ବିଭାଗର ଏପରି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ