Monday, March 2, 2026
31.1 C
Odisha

    ପର୍ଯ୍ୟଟକଙ୍କୁ ମନ ମୋହୁଛି ବାରାହୀ ପଥର ଜଳ ପ୍ରପାତ

    ଆଗକୁ ପଢନ୍ତୁ

     

    ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାରିହା ପଥର ଜଳ ପ୍ରପାତ । ବ୍ରହ୍ମପୁର ଠାରୁ ପାତ୍ରପୁର ବ୍ଲକ ବୁରାତାଲକୁ ଯିବା ପରେ ମହେନ୍ଦ୍ରଗିରି ଯିବା ରାସ୍ତାରେ ପଡେ ଏହି ଜଳ ପ୍ରପାତ । ରାସ୍ତାରେ ଗଲାବେଳେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଦୃଶ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ ।

    ବାରାହୀ ପଥର ଜଳ ପ୍ରପାତକୁ ଲାଗି ରହିଛି ବାରାହୀ ପ୍ରତିମୂର୍ତ୍ତି । କୁହାଯାଏ ଅତୀତରେ ସ୍ଥାନୀୟ ଆଦିବାସୀମାନେ ଶିକାର କରିବାକୁ ପାହାଡ଼ ଜଙ୍ଗଲ ଯାଇଥିବା ବେଳେ ବାରିହା ଶିକାର କରିଥିଲେ ।  କିନ୍ତୁ ସେହି ବାରିହାଟି କୁଆଡେ ପଥର ହୋଇଯାଇଥିଲା । ଏହାପରେ ଏହି ସ୍ଥାନରେ ଶ୍ରୀକାକୁଲମରୁ ଏହି ମୂର୍ତ୍ତିଟି ଆଣି ବସାଯାଇଥିଲା । ଏବେ ମଧ୍ୟ ଏହି ଅଞ୍ଚଳର ଲୋକେ ବାରାହୀଙ୍କ ମୂର୍ତ୍ତିକୁ ପୂଜା କରୁଛନ୍ତି । କେବଳ ବାରାହୀ ପଥର ନୁହେଁ ପାତ୍ରପୁର ଅଞ୍ଚଳରେ ବହୁ ଜଳ ପ୍ରପାତ ରହିଛି ସେଗୁଡିକର ବିକାଶ କରିବା ପାଇଁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ବିଧାୟକ ।
    ଏହି ଜଳ ପ୍ରପାତରୁ ଝରି ଆସୁଥିବା ଝରଣାରେ ଗାଧୋଇ ମଜା ନିଅନ୍ତି ପର୍ଯ୍ୟଟକ । ଖାସ କରି ରବିବାର ଦିନ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ । ପ୍ରକୃତି କୋଳରେ କିଛି ସମୟ ପାଇଁ ହଜିଯିବାର ମଜା ଏଠାରେ ମିଳିଥାଏ ବୋଲି କହିଛନ୍ତି ଯୁବ ବର୍ଗ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.1 ° C
    31.1 °
    31.1 °
    25 %
    2.3kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ