Sunday, July 20, 2025
25.9 C
Odisha

    ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ହଠାତ ମାଡ଼ିଆସିଲା ଝରଣା ପାଣି

    ଆଗକୁ ପଢନ୍ତୁ

    ବଲାଙ୍ଗିର: ସୁସୁ ଗର୍ଜନ କରି ମାଡ଼ି ଆସିଲା ପାଣି । ହଠାତ ପାଣି ମାଡ଼ି ଆସିବାରୁ ଝରଣାରେ ଗାଧୋଉଥିବା ପର୍ଯ୍ୟଟକ ଉପରିସ୍ଥ ଅଞ୍ଚଳକୁ ପ୍ରାଣ ବିକଳରେ ପଳାଇ ଆସିଲେ । ହରିଶଙ୍କର ଠାରେ ଏଭଳି ଭାବେ ପାଣି ମାଡ଼ି ଆସିଛି । ପ୍ରକୃତି ବଡ଼ ବିଚିତ୍ର । କେତେବେଳେ ଯେ କଣ ଘଟିବ କହିହେବନି । ସମାନ ଭାବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପାପନାଶିନୀ ଝରଣାରେ ଅପ୍ରତ୍ୟାଶିତ ଭାବରେ ପାଣି ମାଡି ଆସିଥିଲା । ଭୟଙ୍କର ଭାବରେ ପାଣି ମାଡିଆସିବା ହେତୁ ଝରଣାରେ ଗାଧୋଉଥିବା ପର୍ଯ୍ୟଟକ ଭୟଭୀତ ହୋଇ ଧାଇଁଥିଲେ ।

    ପାହାଡ଼ ଉପରେ ଅଧିକ ବର୍ଷା ହୋଇଥିବାରୁ ଭୂସ୍ଖଳନ ହୋଇ ପାଣି ମାଡି ଆସିଥିବା କୁହାଯାଉଛି । ଶ୍ରାବଣ ମାସରେ ଭକ୍ତଙ୍କ ସମାଗମ ଅଧିକ ଥିବାବେଳେ କାହାର କିଛି କ୍ଷତି ଘଟିନଥିବା ଏକ ଚମତ୍କାର ବୋଲି ଭକ୍ତମାନେ ମତ ରଖିଛନ୍ତି । ଅଳ୍ପ ସମୟ ପରେ ପୁଣି ଝରଣା ସ୍ୱାଭାବିକ ହୋଇଥିବା ବେଳେ ଝରଣା ଉଛୁଳା ଭିଡିଓ ଏବେ ଭାଇରାଲ ହେଉଛି । ପାହାଡ ଉପରେ ପ୍ରବଳ ବର୍ଷା ଫଳରେ ଏଭଳି ହୋଇଥିବା ଅନୁମାନ କରାଯାଉଛି । ତେବେ ଶ୍ରାବଣ ମାସ ପାଇଁ ଭକ୍ତଙ୍କ ଭିଡ ହେତୁ ମନ୍ଦିର ପରିସର ଅପରିଷ୍କାର ହୋଇଥିଲା । ଫଳରେ ହରିଶଙ୍କର ବାବାଙ୍କ ନିର୍ଦ୍ଦେଶରେ ପାଣି ଆସି ପୀଠକୁ ପରିଷ୍କାର କରାଯାଇଛି ବୋଲି କିଛି ଶ୍ରଦ୍ଧାଳୁ ମତ ଦେଇଛନ୍ତି ।

    ସୂଚନା ଯୋଗ୍ୟ ୨୦୧୯ରେ ମଧ୍ୟ ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ ହୋଇଥିଲା । ମାଟି ଅତଡ଼ା ଧସିଥିଲା । ପାହାଡ଼ ଉପରୁ ଅଚାନକ ମାଟି ଖସିଥିଲା । ବଡ଼ ବଡ଼ ପଥର ଧସିବା ସହ ପ୍ରବଳ ବେଗରେ ପ୍ରବାହିତ ହୋଇଥିଲା ପାଣି । ଏତେ ଜୋରରେ ପାହାଡ଼ ଉପରୁ ପାଣି ପ୍ରବାହିତ ହୋଇଥିଲା ଯେ ରେଲିଂ ଓ କାନ୍ଥ ଭାଙ୍ଗି ଯାଇଥିଲା । କେହି କିଛି ବୁଝିବା ଓ ଦେଖିବା ଆଗରୁ ପାହାଡ଼ ଧସି ତଳକୁ ଖସିଥିଲା । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିଲା ।

    ଶମ୍ଭୁବାବାଙ୍କ ଲୀଳା ବଡ଼ ବିଚିତ୍ର । ଏହି ମନ୍ଦିର ଯେତିକି ସୁନ୍ଦର ତାର ପ୍ରାକୃତିକ ପରିବେଶ ଆହୁରି ମନୋରମ। ବାବାଙ୍କ ପ୍ରତି ଭକ୍ତି ଏବଂ ଏହି ସୁନ୍ଦର ପରିବେଶ ଲୋକଙ୍କୁ ନିଜ ଆଡକୁ ଟାଣିନିଏ । ବିଶ୍ୱାସ ରହିଛି ଯେ ମହାଦେବଙ୍କ ପୀଠକୁ ଆସି ଯେକୌଣସି ମାନସିକ କଲେ ତାହା ପୂର୍ଣ୍ଣ ହୁଏ । ଏଣୁ ଏଠାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଏଭଳି ଭାବେ ହଠାତ ପାଣି ଆସିବା ଫଳରେ ଭୟଭୀତ ଅଛନ୍ତି ପର୍ଯ୍ୟଟକ । ଦର୍ଶକ ବନ୍ଧୁ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଏବେ ବର୍ଷା ଦିନ ହୋଇଥିବାରୁ ଏଭଳି ଘଟଣା ଘଟିବା ସ୍ୱାଭାବିକ । ବର୍ତ୍ତମାନ ତ କିଛି କ୍ଷୟକ୍ଷତି ଘଟିନି କିନ୍ତୁ କେତେବେଳେ ଯେ କଣ ଅଘଟଣ ଘଟିବ କହିହେବନି । ତେଣୁ ଆପଣ ଝରଣା ପାଣି ଭିତରକୁ ଯାଆନ୍ତୁ ନାହିଁ କି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    88 %
    0.5kmh
    100 %
    Sun
    26 °
    Mon
    32 °
    Tue
    33 °
    Wed
    32 °
    Thu
    28 °

    ସମ୍ବନ୍ଧିତ