Thursday, April 2, 2026
26.4 C
Odisha

    ପଲିଟିକାଲ ହବ୍ ପାଲଟିଛି ଓଡ଼ିଶା ରାଜଭବନ: ବିଜେଡି

    ଆଗକୁ ପଢନ୍ତୁ

    ରାଜଭବନ ପାଲଟିଛି ରାଜନୈତିକ ଆଡ୍ଡାସ୍ଥଳୀ । ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ ପାଲଟିଛି କି ବୋଲି ଆଜି ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି। ଯାହାର ମୁଖ୍ୟ ରାଜ୍ୟପାଳ। ସେ ଏହା ସ୍ପଷ୍ଟ କରନ୍ତୁ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ। ସେ ଝାଡ଼ଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବା ରେଶରେ ଅଛନ୍ତି କି ବୋଲି ବିଜେଡ଼ି ପ୍ରଶ୍ନ କରିଛି। ବିଜେପି ନେତା ଯେଉଁ ତାଙ୍କୁ ଭେଟୁଛନ୍ତି, ତାହା ବ୍ୟକ୍ତିଗତ ନା ରାଜନୈତିକ ? ଆମକୁ ଏହା ରାଜନୈତିକ ଲାଗୁଛି ବୋଲି ବିଜେଡ଼ି କହିଛି। କେବେ ରାଜ୍ୟପାଳଙ୍କ ପୁଅ ଉପରେ ଆକ୍ସନ ନେବେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ରାଜ୍ୟପାଳ ଓ ରାଜଭବନ ରାଜନୀତିରୁ ଉପରେ। ହେଲେ ଗତ କିଛି ଦିନରୁ ଏହା ପଲିଟିକାଲ ହବ ପାଲଟିଲାଣି । ନିର୍ବାଚନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସିଲେ କି ବ୍ୟକ୍ତିଗତ କାମ, ତାହା କହିଲେନି। ବ୍ୟକ୍ତିଗତ ଜଣା ପଡିଲା ଯେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ପାଇଁ ଗଲେ। ଭେଙ୍କିଆ ନାଇଡ଼ୁ ଏବେ ରାଜଭବନରେ ରହିଲେ। ହିମନ୍ତ କେବଳ ମିଛ କହିଥିଲେ। ନିର୍ବାଚନ ପୂର୍ବରୁ ଭାଷଣ ଦେଲେ ସୁଭଦ୍ରା ଟଙ୍କା ସମସ୍ତେ ପାଇବେ। ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ASO ଙ୍କୁ ମାଡ଼ ମାରିଲେ। ସେ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ। ନା ୧୫ ଦିନ ରିପୋର୍ଟ ଆସିଲା ନା ଏକ ମାସରେ। କାହିଁକି ମୁହଁ ଖୋଲୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଆକ୍ସନ ନେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି।ରାଜଭବନରୁ ଅଘୋଷିତ ନିର୍ଦ୍ଦେଶ ଆସିଛି ଝାଡ଼ଖଣ୍ଡରେ ପ୍ରଚାର କରିବାକୁ। ରାଜ୍ୟପାଳ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହେଲେ ଆଗ କାର୍ଯ୍ୟାନୁଷ୍ଠାନ ନେଇ ASO ଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ