ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍ । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରୁଛୁ । ଘଟଣାର ୩୬ ଘଣ୍ଟା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ୩ ଜଣଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୋଲିସ । ପୁରୁଷବନ୍ଧୁଙ୍କ ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା । ଦୁର୍ଗାପୁରରେ ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ । ପୀଡ଼ିତା ଓ ପରିବାରକୁ ଭେଟିଛନ୍ତି ୪ ଜଣିଆ ଟିମ । ୧୬୪ ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଟିମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଏସପିଙ୍କ ସମେତ ଅନ୍ୟମାନେ ଅଛନ୍ତି । ଫୋରେନସିକ୍ ଟିମ୍ ପ୍ରମାଣ ସଂଗ୍ରହ କରୁଛି ଏବଂ ନିକଟସ୍ଥ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ପୋଲିସ ଡିଜିଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଗତ ଶୁକ୍ରବାର ରତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଛାତ୍ରୀ । ରାତି ପ୍ରାୟ ସାଢ଼େ ୮ଟା ବେଳେ ହଷ୍ଟେଲ ଗେଟ୍ ନିକଟରୁ କିଛି ଲୋକ ତାଙ୍କୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ କରିବା ସହ ତାଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଥିବା ପୀଡ଼ିତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣଙ୍କ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ବାହାରକୁ ଆସିଥିଲେ। ପୁରୁଷ ବନ୍ଧୁ ତାଙ୍କୁ ବାହାନା କରି ଏକ ଖାଲି ସ୍ଥାନକୁ ନେବା ପରେ ସେଠାରୁ ଖସି ପଳାଇଥିଲେ । ଛାତ୍ରଛାତ୍ରୀମାନେ କଲେଜ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି କ୍ୟାମ୍ପସରେ ସୁରକ୍ଷା ବୃଦ୍ଧି କରିବା ସହ ଶୀଘ୍ର ନ୍ୟାୟ ଦାବି କରିଛନ୍ତି ।