Thursday, October 8, 2026
21.5 C
Odisha

    ପଶ୍ଚିମବଙ୍ଗରେ ବାଂଲାଦେଶ ବିରୋଧୀ ଆନ୍ଦୋଳନ ଜାରି: ହାଓଡ଼ାରେ ବିଜେପି ସମର୍ଥକ-ପୁଲିସ ମୁହାଁମୁହିଁ

    ଆଗକୁ ପଢନ୍ତୁ

    କୋଲକାତା  : ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ  ବାଂଲାଦେଶ-ବିରୋଧୀ ଆନ୍ଦୋଳନ ଜାରି ରହିଛି।  ଆଜି ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ସୀମାର ଅନେକ ସ୍ଥାନରେ ହିନ୍ଦୁ ସମର୍ଥିତ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା ଘଟଣାକୁ ବିରୋଧ କରି ଏହି ଆନ୍ଦୋଳନ ହୋଇଛି। ଆନ୍ଦୋଳନ ସମୟରେ ଆଜି ହାଓଡ଼ାରେ ପୁଲିସ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି।  ହାଓଡ଼ା ବ୍ରିଜ୍‌ ଅଭିମୁଖେ ଯାଉଥିବା ଏକ ଶୋଭାଯାତ୍ରାକୁ ପୁଲିସ ଅଟକାଇବାରୁ ସମସ୍ୟା ଉପୁଜିଥିଲା। ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ହାଓଡ଼ା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାଧାରଣ ଜୀବନ ବାଧାପ୍ରାପ୍ତ କରିବାପାଇଁ ଆମେ କାହାକୁ ସୁଯୋଗ ଦେବୁନାହିଁ। ସନାତନୀ ଐକ୍ୟ ପରିଷଦର ସଦସ୍ୟମାନେ ଉତ୍ତର ୨୪ ପ୍ରଗଣାର ପେଟ୍ରାପୋଲ ଏବଂ ଘୋଜଡଙ୍ଗା  , ମାଲଦାର ମନୋହରପୁର ମୁଚିଆ ଏବଂ କୁଚବିହାର ଜିଲ୍ଲାର ଚାଙ୍ଗରବାନ୍ଧାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଉତ୍ତର ୨୪ ପ୍ରଗଣାରେ ବିଜେପି ବିଧାୟକ ଅଶୋକ କିର୍ତ୍ତନିଆ ଜୟନ୍ତିପୁର ବଜାରରୁ ପେଟ୍ରାପୋଲ ସୀମାକୁ ଏକ ଶୋଭାଯାତ୍ରା କରିଥିଲେ।  ଆନ୍ଦୋଳନକାରୀଙ୍କୁ ବିଏସ୍‌ଏଫ୍‌ ଦ୍ବାରା ଜିରୋ ପଏଣ୍ଟ୍‌ ନିକଟରେ ଅଟକାଯାଇଥିଲା।  ବିକ୍ଷୋଭକାରୀ ସ୍ଲୋଗାନ ଦେଇଥିଲେ ଏବଂ ୟୁନୁସଙ୍କ  ନେତୃତ୍ବାଧୀନ ବାଂଲାଦେଶ ସରକାର ବିରୋଧରେ ଅସନ୍ତୋଷ ଝାଡ଼ିଥିଲେ। ଆନ୍ଦୋଳନଯାତ୍ରା ସମୟରେ କିର୍ତ୍ତନିଆ କହିଛନ୍ତି ଯେ ବାଂଲାଦେଶ ପ୍ରଶାସନକୁ ଏକ ଶିକ୍ଷା ଦେବାପାଇଁ ସୀମା ବାଣିଜ୍ୟ ବନ୍ଦ କରିଦେବା ଉଚିତ।  ପଡ଼ୋଶୀ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ଅଧିକାର ଏବଂ ସୁରକ୍ଷା ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ସୀମା ବାଣିଜ୍ୟ ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି।  ଅନ୍ୟପକ୍ଷେ ମାଲଦାର ମନୋହରପୁର ସୀମାରେ ହିନ୍ଦୁ ସମ୍ପ୍ରଦାୟ ସଦସ୍ୟମାନେ ପାରମ୍ପରିକ ବାଦ୍ୟ ଉପକରଣ ବଜାଇ ଏକ ପ୍ରତୀତାତ୍ମକ ଆନ୍ଦୋଳନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ