Friday, April 3, 2026
33.6 C
Odisha

    ପହଲଗାମ୍‌ ଆକ୍ରମଣର ଦୃଢ଼ ଜବାବ ଦିଆଯିବ: ପ୍ରତିରକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି।

    ସୂଚନାଯୋଗଁ, ଜାମ୍ମୁ-କାଶ୍ମୀରର ପହଲଗାମଠାରେ ଗତ ମଙ୍ଗଳବାର ଆତଙ୍କବାଦୀମାନେ ୨୮ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ସାରା ବିଶ୍ଵ ସ୍ତବ୍ଧ ହୋଇପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ଅନେକ ଦେଶର ନେତାମାନେ ଏହାକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ଗସ୍ତ ଅଧାରୁ ସ୍ଥଗିତ ରଖି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରି ପହଲଗାମ ସ୍ଥିତିର ସମୀକ୍ଷା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ