Saturday, April 11, 2026
33.7 C
Odisha

    ପହଲଗାମ୍‌ ଆତଙ୍କୀ ହମ୍‌ଲା: ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଉଦି ଆରବରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଏକ ବୈଠକ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଉପରେ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ବୈଠକରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ଯୋଗଦେଇଥିଲେ। ଲୋକଙ୍କୁ ରକ୍ଷା କରାଯାଇ ସେମାନଙ୍କୁ ନ୍ୟାୟ ଦିଆଯିବ ଏବଂ ଏହି ଆକ୍ରମଣ ପଛରେ ଥିବା ଆକ୍ରମଣକାରୀ ଆତଙ୍କବାଦୀଙ୍କୁ କେବେ କ୍ଷମା ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

    ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି ଏହି ଉପତ୍ୟକାରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରୁଥିଲେ। ଏବେ ସେମାନେ କିଭଳି ପର୍ଯ୍ୟଟକଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଛନ୍ତି ଏବଂ ସେହି ଘଟଣାକୁ ନେଇ ଦେଶ ସ୍ତବ୍ଧ ପାଲଟି ଯାଇଥିବା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦେଇଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ଦିନ ଦକ୍ଷିଣ କାଶ୍ମୀରର ପହଲଗାମର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଆତଙ୍କବାଦୀମାନେ ଆକ୍ରମଣରେ ଅତି କମରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି ଏବଂ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୟୁଏଇ ଏବଂ ନେପାଳର ଦୁଇଜଣ ବିଦେଶୀ ଏବଂ ଦୁଇଜଣ ସ୍ଥାନୀୟ ଲୋକ ଅଛନ୍ତି ବୋଲି ସେମାନେ କହିଛନ୍ତି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ଗସ୍ତକୁ କାଣ୍ଟଛାଣ୍ଟ କରି ବୁଧବାର ସକାଳେ ଭାରତ ଫେରିଆସିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଗରକୁ ଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ