Tuesday, April 7, 2026
35.3 C
Odisha

    ପହଲଗାମ ଆକ୍ରମଣରେ ସାମିଲ ଜଣେ ଆତଙ୍କୀ ଘରେ ବୁଲିଲା ବୁଲଡୋଜର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପହଲଗାମ ଆକ୍ରମଣରେ ସାମିଲ ସ୍ଥାନୀୟ ଆତଙ୍କୀ ଆଦିଲ ହୁସୈନ ଥୋକରର ଅନନ୍ତନାଗ ଜିଲାର ବିଜହେରା ଅଞ୍ଚଳରେ ସ୍ଥିତ ଘରକୁ ସୁରକ୍ଷାବଳ ବୋମାରେ ଉଡାଇ ଦେଇଛନ୍ତି । ଆଦିଲ ଥୋକ ଓରଫ ଆଦିଲ ଗୁରୀ ରୂପେ ପରିଚୟ ମିଳିଛି । ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ କରିବା ସହ ବୁଲଡୋଜର ବୁଲାଇ ତା ଘର ଭଙ୍ଗାଯାଇଛି । ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ଅଲଗା ଅଲଗା ରାଜ୍ୟରୁ ଜମ୍ମ କଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କୀଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ମଧ୍ୟ ସାମିଲ ଥିଲେ । ସୂଚନା ଅନୁସାରେ ଉଭୟ ସ୍ଥାନୀୟ ଆତଙ୍କୀ ବିଜବେହରା ନିବାସୀ ଆଦିଲ ହୁସୈନ ଥୋକର ଓ ତ୍ରାଲ ଆସିଫ୍ ସେଖ୍ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ