Sunday, May 4, 2025
30 C
Odisha

    ପାଇକ ପୁଅଙ୍କ ସହ ନାଚିଲେ ରାମ ଚରଣ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଦକ୍ଷିଣ ଭାରତୀୟ ଫିଲ୍ମ ଗୁଡ଼ିକ ସବୁବେଳେ ତା’ର କାହାଣୀ, ଗୀତ, ନୃତ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ବତ୍ତର୍ମାନ ଟଲିଉଡର ଜଣାଶୁଣା ନାୟମ ରାମ ଚରଣକ ଫିଲ୍ମ ‘ଗେମ୍ ଚେଞ୍ଜର’ର ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

    ଗୀତଟିର ସଂଯୋଜନା , ମ୍ୟୁଜିକ୍ ଲୋକଙ୍କୁ ପସନ୍ଦ ଆସିଥିବାବେଳେ ରାମଚରଣଙ୍କ ଡ୍ୟାନ୍ସ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଠ କରିଛି । ଗୀତର ସଙ୍ଗୀତ ଓ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରଙ୍କ ଭିତରେ କିଛି ଭିନ୍ନତା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ଏହି ଗୀତରେ ଓଡ଼ିଶାର ଲୋକନୃତ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସାଙ୍ଗକୁ ଖୋର୍ଦ୍ଧା ପାଇକପୁଅଙ୍କ ନୃତ୍ୟ ଦେଖିବାକୁ ମିଳିଛି । ଯାହା ରାମଚରଣଙ୍କ ରା ମଚା ମଚା ଗୀତକୁ ବେଶ୍ ଆକର୍ଷଣୀୟ କରିଛି । ଏହି ଗୀତର ଲିରିକ୍ସ ରାମୁ ରାଥୋଡ କରିଥିବାବେଳେ ଶେଖର ଭାଇରସ ଗୀତର କୋରିଓଗ୍ରାଫର । ଶେଖର ଗୀତଟିକୁ ମଡର୍ନ କରିବା ସହ ଦେଶୀ ଚଡକା ଦେବାକୁ ଚେଷ୍ଟା କରିଥିବାବେଳେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି ।

    ଫିଲ୍ମଟି ତେଲୁଗୁ ସମେତ ହିନ୍ଦୀ ଓ ଏକାଧିକ ଭାଷାରେ ରିଲିଜ ହୋଇଛି । ଫିଲ୍ମରେ ରାମ ଚରଣଙ୍କ ସହ କିଆରା ଆଡଭାନୀ ରୋମାନ୍ସ କରିଥିବା ଦେଖିବାକୁ ମିଳିଛି । ଫିଲ୍ମଟି ଗତ ଜାନୁଆରୀ ୧୦ରେ ମୁକ୍ତିଲାଭ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    33 %
    1.1kmh
    0 %
    Sun
    29 °
    Mon
    39 °
    Tue
    41 °
    Wed
    40 °
    Thu
    42 °

    ସମ୍ବନ୍ଧିତ