Saturday, October 10, 2026
21.6 C
Odisha

    ପାକିସ୍ତାନରେ ବିସ୍ଫୋରଣ: ୨୧ ମୃତ, ୩୦ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ତାନର କ୍ବେତା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ଘଟି ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ଏହି ବିସ୍ଫୋରଣରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତ୍ୟୁ ୧୩ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ୨୧ରେ ପହଞ୍ଚିଲାଣି। ଏବେ ସୁଦ୍ଧା ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେ‌ଳେ ୩୦ ଜଣ ଆହତ ଥିବା ସୂଚନା ରହିଛି।ପରେଶର ଅଭିମୁଖେ ଯିବାକୁ ଥିବା ଏକ୍ସପ୍ରେସ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ରେଳ ପ୍ଲାଟଫର୍ମ ନିକଟରେ ଏହି ବିସ୍ଫୋରଣ ଘଟିଛି ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ