Wednesday, April 8, 2026
24.2 C
Odisha

    ପାକିସ୍ତାନରେ ସ୍ଥିତି ସାଙ୍ଘାତିକ: ବାୟୁ ପ୍ରଦୂଷଣ ପାଇଁ ହାଇ ଆଲର୍ଟ

    ଆଗକୁ ପଢନ୍ତୁ

    ପାକିସ୍ତାନରେ ସ୍ଥିତି ଭୟଙ୍କର। ଏନେଇ ଶେୟବାଜ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରଦେଶରେ ଘୋଷଣା ହୋଇଛି ଲକ୍‌ଡାଉନ। କେବଳ ଭାରତ ନୁହେଁ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହୋଇଛି। ଏଠାରେ ପଞ୍ଜାବ ପ୍ରଦେଶରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ସ୍ତର ଶୁକ୍ରବାର ସକାଳେ ବିପଜ୍ଜନକ ସ୍ତରରେ ୨୦୦୦ରେ ପହଞ୍ଚିଛି। ଦୂଷିତ ବାୟୁ ଯୋଗୁଁ ଲୋକମାନେ ନିଃଶ୍ୱାସ ନେବା କଷ୍ଟକର ହୋଇପଡିଛି। ଲୋକେ ଘରୁ ବାହାରକୁ ଆସିରେ ରୁନ୍ଧି ହୋଇଯାଉଛନ୍ତି। ଏହା ସହିତ ପ୍ରଦୂଷଣ ଯୋଗୁ ଲୋକଙ୍କ ଆଖି ଜଳାପୋଡା ହୋଇଥିବା ଜଣାପଡିଛି। ତା’ପରେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ଲକଡାଉନ ଘୋଷଣା କରିବାକୁ ପଡିଛି।

    ରିପୋର୍ଟ ଅନୁଯାୟୀ, ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଜାବ ସରକାର ସାରା ରାଜ୍ୟରେ ହାଇ ଆଲର୍ଟ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଲକଡାଉନ ସମେତ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଲକଡାଉନ ସମୟରେ ଲୋକଙ୍କୁ ନଭେମ୍ବର ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପାର୍କ ଏବଂ ସଂଗ୍ରହାଳୟ ପରିଦର୍ଶନ କରିବାକୁ ବାରଣ କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପିଏମର ସ୍ତର ୨.୫ ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ବାୟୁରେ ଥିବା ପ୍ରଦୂଷକ ଉପାଦାନ ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ଆଶଙ୍କା ରହିଛି। ବାୟୁରେ ପ୍ରଦୂଷକ ସ୍ତର କ୍ୟୁବିକ ମିଟର ପ୍ରତି ୯୪୭ ମାଇକ୍ରୋଗ୍ରାମରେ ପହଞ୍ଚିଛି। ଯାହାକି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆଇକ୍ୟୁ ଏୟାର ଗାଇଡଲାଇନଠାରୁ ୧୮୯.୪ ଗୁଣା ଅଧିକ।
    ଗ୍ଲୋବାଲ ହେଲଥ ଅନୁଯାୟୀ, କ୍ୟୁବିକ ମିଟର ପ୍ରତି ୫ ମାଇକ୍ରୋଗ୍ରାମରୁ ଅଧିକ ସ୍ତର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। କିନ୍ତୁ ମୁଲତାନରେ ଏକ୍ୟୁଆଥ ରାତି ୧୦ଟା ସୁଦ୍ଧା ୯୮୦ ସ୍ତର ଅତିକ୍ରମ କରିଥିଲା । ଯାହା ୩୦୦ ଏକ୍ୟୁଆଇର ବିପଜ୍ଜନକ ମାନକଠାରୁ ୩ ଗୁଣା ଅଧିକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ