Friday, April 3, 2026
39.1 C
Odisha

    ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତ୍ରରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର, ଯାହା ଏବେ ବି ଜାରି ରହିଛି। ଭାରତର ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ବଢ଼ାଇ ଦେଇଛି। ଏହି ସମୟରେ, ଖବର ଆସୁଛି ଯେ ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ। ଭାରତର ଆକ୍ରମଣରେ ସିଆଲକୋଟ, ଲାହୋର ଏବଂ ପାକିସ୍ତାନର ଅନ୍ୟ ଏକ ସହରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ପ୍ରବଳ କ୍ଷତି ସହିଛି। ଡ୍ରୋନ ଆକ୍ରମଣରେ ପାକିସ୍ତାନୀ ସେନାର ଏଚକ୍ୟୁ-୯ ମିସାଇଲ୍‌ ଡିଫେନ୍ସ ସିଷ୍ଟମ ୟୁନିଟଗୁଡ଼ିକୁ ପ୍ରବଳ କ୍ଷତି ସହିବାକୁ ପଡିଛି।ଲାହୋର ବ୍ୟତୀତ ଗୁଜରାନୱାଲା, ରାୱଲପିଣ୍ଡି, ଚକୱାଲ, ବାବାହାୱଲପୁର, ମିଆଁୱାଲି, କରାଚୀ, ଚୋର, ମିଆଁନୋ ଏବଂ ଆଟକରେ ମଧ୍ୟ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି।

    କୁହାଯାଇଛି ଯେ, ବୁଧବାର ମଧ୍ୟରାତ୍ରରେ ପାକିସ୍ତାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଏବଂ ପଶ୍ଚିମ ଭାରତରେ ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନଲ୍, ଫଲୋଦି, ଉତ୍ତରଲାଇ ଏବଂ ଭୁଜ ସମେତ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତ ଏହାକୁ ଅସଫଳ କରିଥିଲା। ଭାରତ ସରକାର ଏକ ସରକାରୀ ବିବୃତି ଜାରି କରି କହିଛନ୍ତି, “ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଭାରତ ମଧ୍ୟ ସମାନ ଭାବରେ ପାକିସ୍ତାନକୁ ଜବାବ ଦେଇଛି। ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦିଆଯାଇଛି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ