Thursday, January 30, 2025
31.5 C
Odisha

    ପାକିସ୍ତାନ : ଏଲପିଜି ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୬ ମୃତ, ୩୧ ଆହତ

    ଆଗକୁ ପଢନ୍ତୁ

    ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁଁ ୬ ଜଣଙ୍କ ପ୍ରାଣ ଚାଲିଯାଇଛି । ଘଟଣାରେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ଏବଂ ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି ।

    ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ପରେ ଭୟଙ୍କର ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ପରେ ଗାଡିର ଅଂଶ ବିଶେଷ ଆଖପାଖ ଜନବସତି ଉପରେ ପଡିଥିଲା । ଫଳରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ଗାଡି ନିୟୋଜିତ ରହିଛି । ଦୀର୍ଘ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

    ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି, ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ସ୍ଥଳର ଆଖପାଖରେ ଥିବା ୨୦ ଘର ପୋଡି ନଷ୍ଟ ହୋଇଯାଇଛି । ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ ପୋଷା ଜୀବଜନ୍ତୁ ମରିଛନ୍ତି ।

    ସୂଚନାଯୋଗ୍ୟ, ଗତକାଲି ଦକ୍ଷିଣ ନାଇଜେରିଆରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଦକ୍ଷିଣ-ପୂର୍ବ ରାଜ୍ୟ ଏନୁଗୁର ଏନୁଗୁ-ଓନିଟଶା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିବା ନାଇଜେରିଆର ଫେଡେରାଲ ସଡ଼କ ସୁରକ୍ଷା କର୍ପସ ସୂଚନା ଦେଇଛି । ଏଠାରେ ଗ୍ୟାସୋଲିନ ଭର୍ତ୍ତି ଏକ ଟ୍ୟାଙ୍କର ୧୭ଟି ଗାଡ଼ିକୁ ଧକ୍କା ଦେବା ପରେ ଭୀଷଣ ବିସ୍ଫୋରଣ ଘଟିଥିଲା, ଯାହାଫଳରେ ନିଆଁରେ ପୋଡ଼ି ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ।

    ଉତ୍ତର ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କର୍ ଟ୍ରକ୍ ଓଲଟି ପଡ଼ିଥିଲା । ଏହି କାରଣରୁ ଇନ୍ଧନ ଚାରିଆଡେ ବ୍ୟାପି ଯିବାରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏଥିସହ ନିକଟରେ ଥିବା ୧୫ରୁ ଅଧିକ ଦୋକାନ ନଷ୍ଟ ହୋଇଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.5 ° C
    31.5 °
    31.5 °
    19 %
    1.5kmh
    41 %
    Thu
    33 °
    Fri
    35 °
    Sat
    35 °
    Sun
    35 °
    Mon
    35 °

    ସମ୍ବନ୍ଧିତ