Sunday, November 9, 2025
17 C
Odisha

    ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି ଉଭୟ ଦେଶ । ଗତକାଲି କତାର ରାଜଧାନୀ ଦୋହାରେ ଆଲୋଚନା ପରେ ରାଜି ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସ୍ପଷ୍ଟ କରିଛି କତାର । ତୁର୍କୀ ଓ କତାର ମଧ୍ୟସ୍ଥତାରେ ଅସ୍ତ୍ର ବିରାମ ହୋଇଛି । ସପ୍ତାହେ ଧରି ଉଭୟ ଦେଶ ମଧ୍ୟରେ ସଂଘର୍ଷ ଚାଲିଥିଲା । ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି ।

    ସପ୍ତାହେ ତଳେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ପାକିସ୍ତାନକୁ ଆକ୍ରମଣ କରିବା ସହ ସୀମା ପୋଷ୍ଟକୁ ଅକ୍ତିଆରକୁ ନେଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ସମୟରେ ପାକିସ୍ତାନ ଆକ୍ରମଣ କରିବା ଫଳରେ ୩ କ୍ରିକେଟରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏହାକୁ ନେଇ ପୁଣି ଉତ୍ତେଜନା ବଢିଥିଲା । ଉଭୟ ପକ୍ଷ ଅସ୍ତ୍ରବିରତିକୁ ବଜାୟ ରଖିବା ସହ ଦୁରାଣ୍ଡ ଲାଇନରେ ଏକ ସ୍ଥାୟୀ ଶାନ୍ତି ପ୍ରଣାଳୀ ପ୍ରତିଷ୍ଠା କରିବା ପାଇଁ ପରବର୍ତ୍ତୀ ବୈଠକ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    76 %
    1.6kmh
    0 %
    Sat
    17 °
    Sun
    25 °
    Mon
    25 °
    Tue
    25 °
    Wed
    25 °

    ସମ୍ବନ୍ଧିତ