Thursday, May 15, 2025
28 C
Odisha

    ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର : ଏସ ଜୟଶଙ୍କର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେକୁ ନେଇ କଥାବାର୍ତ୍ତା ହେବ, ଏହାଛଡା ଆଉ କିଛି ନୁହେଁ । ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ ।

    ଆଜି ଦିଲ୍ଲୀରେ ହଣ୍ଡୁରାସ୍ ଦୂତାବାସର ଉଦଘାଟନ ସମୟରେ, ଏସ ଜୟଶଙ୍କର ପାକିସ୍ତାନ ସହିତ ଆଲୋଚନା ଉପରେ ଭାରତର ସ୍ଥିତି ଦୋହରାଇଥିଲେ । ଏସ ଜୟଶଙ୍କର କହିଛନ୍ତି ଯେ, ସିନ୍ଧୁ ଚୁକ୍ତିନାମା ସ୍ଥଗିତ ରହିବ । ପାକିସ୍ତାନ ସହିତ ଆତଙ୍କବାଦ ଏବଂ ପିଓକେ ଉପରେ ଆଲୋଚନା ହେବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପାକ୍ ଆଲୋଚନାରେ କୌଣସି ତୃତୀୟ ଦେଶ ହସ୍ତକ୍ଷେପ କରିବ ନାହିଁ । ପାକିସ୍ତାନ ସହିତ କେବଳ ପିଓକେ ଏବଂ ଆତଙ୍କବାଦ ଉପରେ ଆଲୋଚନା ହେବ । ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ସମର୍ଥନ ମିଳିଛି । ପାକିସ୍ତାନ ସହିତ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ରହିବ । ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଦୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୟଶଙ୍କର ।

    ପାକିସ୍ତାନ ଆତଙ୍କବାଦୀର ଭିତ୍ତିଭୂମିକୁ ବନ୍ଦ କରିବାକୁ ହେବ, ସେମାନେ ଜାଣିଛନ୍ତି କ’ଣ କରିବାକୁ ହେବ । ତାଙ୍କ ସହିତ ଆତଙ୍କବାଦ ବିଷୟରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ । ପାକିସ୍ତାନ ସହିତ ଆମର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ । ଏହା ବର୍ଷ ବର୍ଷ ଧରି ଜାତୀୟ ସହମତି ହୋଇଆସିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    65 %
    2kmh
    34 %
    Thu
    29 °
    Fri
    41 °
    Sat
    40 °
    Sun
    41 °
    Mon
    38 °

    ସମ୍ବନ୍ଧିତ