Friday, October 2, 2026
22.2 C
Odisha

    ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ; ଦାୟିିତ୍ୱରେ ଥିବା ଅଧିକାରୀଙ୍କଠୁ କ୍ଷତିଭରଣା ହେଉ: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବହୁ ତଥ୍ୟଗତ ତ୍ରୁଟି ରହିଛି। ଏହା ବିଜେପି ସରକାରର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଛି ବିଜେଡି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି କରାଯାଉ, ନଚେତ ପୂର୍ବ ସିଲାବସର ପୁସ୍ତକରେ ପଢ଼ାଯାଉ। ଚଳିତବର୍ଷ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛପାଯିବା ନେଇ ଯେଉଁ ଖର୍ଚ୍ଚ ହୋଇଛି, ତାହା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଆଦାୟ କରିବାକୁ ବିଜେଡି ଦାବି କରିଛି। ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଈପ୍‌ସିତା ସାହୁ ଏବଂ ମୁଖପାତ୍ର ଡ. ଲେନିନ ମହାନ୍ତି କହିଥିଲେ, ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଶାସନକୁ ଆସିଥିବା ସରକାର ଆଜି ଓଡ଼ିଆ ଅସ୍ମିତାକୁ ଭୂ-ଲୁଣ୍ଠିତ କରିଛନ୍ତି। ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ଭିତରେ ଏ ଜାତି କେବେ ହେଲେ ଏଭଳି ଭୁଲ ଦେଖି ନଥିଲା କି ଆଗକୁ ଦେଖିବ ବୋଲି ଆଶା ନାହିଁ। ବହି ଛାପିବା ପାଇଁ ଯେଉଁ କମିଟି ଗଠନ ହୋଇଥିଲା, ସେଥିରେ ସଭ୍ୟମାନଙ୍କ ଯୋଗ୍ୟତା ନ ମାପି ତାଙ୍କୁ ରାଜନୈତିକ ଚାପରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଛପାଯାଇଥିବା ଭୁଲ୍ ପାଠ୍ୟପୁସ୍ତକକୁ କୌଣସି ବିଦ୍ୟାଳୟରେ ପଢ଼ାନଯାଉ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ ନ କଲେ ଜୋରଦାର ବିରୋଧ ହେବ। ଯଦି ସରକାରଙ୍କ ପାଖରେ ନୂତନ ଓ ନିର୍ଭୁଲ ପୁସ୍ତକ ଛପାଇବା ପାଇଁ ଅର୍ଥ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ