Friday, October 2, 2026
25.2 C
Odisha

    ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ୬୮ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମୟୂରଭଞ୍ଜର ଏକ ଆଦିବାସୀ ଗାଁରୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପର୍ଯ୍ୟନ୍ତ ତାଙ୍କର ସଂଘର୍ଷମୟ ଯାତ୍ରାକୁ ଦେଶର ସମସ୍ତ ମହିଳାଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ନିଜର ଉଦବୋଧନରେ ବର୍ଣ୍ଣନା କରିଥିଲେ।

    ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଗଭୀର ଧନ୍ୟବାଦ ଜଣାଇଛନ୍ତି। ‘ଡବଲ୍ ଇଞ୍ଜିନ୍’ ସରକାର ଯୋଗୁଁ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସର୍ବଦା ଅମାପ ଭଲପାଇବା ସହ ବିକାଶର ଭେଟି ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧି ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଏବଂ ଆୟୁଷ୍ମାନ ଯୋଜନା ଭଳି ସଫଳ କାର୍ଯ୍ୟକ୍ରମ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

    ଏଥିସହ ଓଡ଼ିଶାରେ ପ୍ରଥମ ଥର ପାଇଁ KG ଠାରୁ PG ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରାଯିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯିବା ଏକ ଐତିହାସିକ ପଦକ୍ଷେପ ବୋଲି ସେ ଦର୍ଶାଇଛନ୍ତି। ‘ଉତ୍କର୍ଷ ଓଡ଼ିଶା’ ମାଧ୍ୟମରେ ରାଜ୍ୟରେ ଏକ ବଡ଼ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ସରକାର ଏପର୍ଯ୍ୟନ୍ତ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରି ପ୍ରାୟ ୨.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ସରକାରୀ କ୍ଷେତ୍ରରେ ମଧ୍ୟ ୪୪ ହଜାରରୁ ଅଧିକ ଚାକିରି ପ୍ରଦାନ କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୯ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଆଗାମୀ ଦିନରେ ଓଡ଼ିଶାର ଯୁବପିଢ଼ିଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ବରଂ ଅନ୍ୟ ରାଜ୍ୟର ଲୋକେ ଓଡ଼ିଶାକୁ ଚାକିରି ପାଇଁ ଆସିବେ ଯାହା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ