Monday, July 6, 2026
25 C
Odisha

    ପାଣି ଘେରରେ ମୁମ୍ବାଇ, ଓ୍ବାର୍କ ଫ୍ରମ ହୋମ ପାଇଁ ପରାମର୍ଶ

    ଆଗକୁ ପଢନ୍ତୁ

    ମୁମ୍ବାଇ : ମହାରାଷ୍ଟ୍ରରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଛି । ମୁମ୍ବାଇର ଦୁଇଟି ସ୍ଥାନରେ ଭୂସ୍ଖଳନ ହୋଇଛି । ଲୋକମାନେ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମକୁ ପଠାଯାଇଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ ପୁରୁଣା ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଅବସ୍ଥା ଦେଖି କିଛି ଘରୋଇ କମ୍ପାନୀ ୱାର୍କ ଫ୍ରମ ହୋମ୍ ନିୟମ ଲାଗୁ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଅନେକ ଟ୍ରେନ ବାତିଲ କରାଯାଇଛି । ଅନାବଶ୍ୟକ ଭାବେ ଘରୁ ବାହାରିବାକୁ ମନା କରାଯାଇଛି ।

    ରାଜ୍ୟରେ ଅନେକ ଭାଗରେ ପ୍ରବଳ ବର୍ଷା ଯୋଗୁଁ ଜଳପୂର୍ଣ୍ଣ ଏବଂ ଭୂସ୍ଖଳନ କାରଣରୁ ରାସ୍ତା, ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମହାରାଷ୍ଟ୍ର ସରକାର ସ୍ଥିତି ସମୀକ୍ଷା ପାଇଁ ପ୍ରାକ୍ତିକ ବିପର୍ଯ୍ୟୟ ଟିମ୍ ସହିତ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ଯେ, ମୁମ୍ବାଇ, ପାଲଘର ଏବଂ ରାୟଗଡ଼ରେ ରେକର୍ଡ ଭାଙ୍ଗିବା ବର୍ଷା ହୋଇଛି, ଯାହା ଫଳରେ ଗତ ତିନିରୁ ଚାରି ଦିନ ମଧ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।

    ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୭ଟି ଉଡ଼ାଣ ବାତିଲ କରାଯାଇଛି । ଏହା ସହିତ ୨୧୭ ଟି ଉଡ଼ାଣ ବିଳମ୍ବିତ ହୋଇଛି । ମୁମ୍ବାଇ ଏବଂ ଦିଲ୍ଲୀରୁ ଆସୁଥିବା ଉଡ଼ାଣ ପାଇଁ ଆଡଭାଇଜରୀ ଜାରି ହୋଇଛି ।

    ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ମିସିଂ ଲିଙ୍କ ସେକ୍ସନରେ ହୋଇଛି । ମିସିଂ ଲିଙ୍କ ନାମରେ ଲୋକପ୍ରିୟ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ଏବେ ମାତ୍ର ୨ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ୬୬୯୫ କୋଟି ଟଙ୍କାରେ ନିର୍ମିତ ମେଗା ପ୍ରୋଜେକ୍ଟ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ୮.୯ କିମି ଲମ୍ବା ସୁଡ଼ଙ୍ଗର ପ୍ରସ୍ଥାନ ବାଟରେ ଭୂସ୍ଖଳନ ହୋଇଛି । ଏଥିପାଇଁ ଟ୍ରାଫିକ ଯାତାୟତ ହୋଇଛି । ଭୂସ୍ଖଳନ ଯୋଗୁଁ ଖଣ୍ଡାଲା ପ୍ରସ୍ଥାନ ପାଖରେ ମୁମ୍ବାଇ-ପୁନେ ଏକ୍ସପ୍ରେସ ଓେ୍ବ ବନ୍ଦ ହୋଇଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସଓେ୍ବର ମିସିଂ ଲିଙ୍କରେ ପୁଣେରୁ ମୁମ୍ବାଇ ଯିବାକୁ ଥିବା ଖଣ୍ଡାଲା ପ୍ରସ୍ଥାନରେ ଭୂସ୍ଖଳନ ହୋଇଛି ।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ନଗର ନିଗମ ଏବଂ ଅନ୍ୟାନ୍ୟ ସଂସ୍ଥା ସଜାଗ ରହିଛନ୍ତି । ମୁମ୍ବାଇ-ପୁଣେ ରାସ୍ତାରେ ଭୂସ୍ଖଳନ ପରେ ତୁରନ୍ତ ଯାତାୟାତ ବନ୍ଦ କରିଦିଆଯାଇଥିଲା ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି । ଫଡନାଭିସ୍ ଲୋକମାନଙ୍କୁ ଅନାବଶ୍ୟକ ଯାତ୍ରା ଏବଂ ଜଳପ୍ରପାତ ଏବଂ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିବାକୁ ବାରଣ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    85 %
    4.1kmh
    100 %
    Mon
    25 °
    Tue
    28 °
    Wed
    32 °
    Thu
    31 °
    Fri
    30 °

    ସମ୍ବନ୍ଧିତ