Monday, July 6, 2026
25 C
Odisha

    କିସ୍ତୱାର ଏବଂ ଡୋଡାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ମାଟିରେ ଦବିଲା ଅନେକ ଗାଡ଼ି

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ବନ୍ୟା ସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । କିସ୍ତୱାରରେ କ୍ବାର ପାଓ୍ବର ପ୍ରୋଜେକ୍ଟ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଗାଡ଼ି ଦବିଯାଇଛି । ଅନେକ ଗାଡ଼ିକୁ କ୍ଷତି ପହଞ୍ଚିଛି । ଫସିଥିବା ଗାଡ଼ିକୁ ବାହାର କରିବା ଏବଂ ପ୍ରଭାବିତଙ୍କ ଉଦ୍ଧାର କରିବା ପାଇଁ ପଙ୍କକାଦୁଅ ହଟାଇବା କାମ ଚାଲିଛି ।

    ଖବର ମୁତାବକ, ସୋମବାର ସକାଳୁ କିସ୍ତୱାର ଜିଲ୍ଲାରେ କ୍ବାର ହାଇଡ୍ରୋଇଲେକ୍ଟ୍ରିକ ପାୱର ପ୍ରୋଜେକ୍ଟ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଗାଡ଼ି କାଦୁଅ ଭିତରେ ଫସି ରହିଥିଲା । ଅନେକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଅନେକ ଗାଡ଼ି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରଭାବିତ ଗାଡ଼ିକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ୍ ଏବଂ ମେସିନ କାମ କରୁଛି ।

    ଡୋଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ସ୍ଥାନରେ କ୍ଷତି ହୋଇଛି । କୌଣସି ହତାହତ ହୋଇନଥିବା ସୂଚନା ମିଳିଛି । ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    ପ୍ରବଳ ବର୍ଷା ଯୋଗୁଁ ଡୋଡା-କିସ୍ତୱାର ମାର୍ଗରେ ଭୂସ୍ଖଳନ ହୋଇଛି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାରେ ବଡ଼ ବଡ଼ ପଥର ଖଣ୍ଡ, ମାଟି କାଦୁଅ ପଡିଛି । ତେଣୁ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ମେସିନରେ କାମ କରୁଛି । ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନ ଯୋଗୁଁ ସ୍ଥାନୀୟ ଲୋକ ଏବଂ ଯାତ୍ରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    85 %
    4.1kmh
    100 %
    Mon
    25 °
    Tue
    28 °
    Wed
    32 °
    Thu
    31 °
    Fri
    30 °

    ସମ୍ବନ୍ଧିତ