Saturday, April 4, 2026
36.1 C
Odisha

    ପାଣ୍ଡିଆନଙ୍କ ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବିଜେଡିର ମ୍ୟାନିଫେଷ୍ଟୋ ଆସିଛି: ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ବିଜେଡିର ମ୍ୟାନିଫେଷ୍ଟୋ ତାଙ୍କର ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନଙ୍କର ରାଜନୈତିକ ଅଭିଳାଷାକୁ ଚରିତାର୍ଥ କରିବା ପାଇଁ ତିଆରି ହୋଇଛି । ବିଜେଡିର ଏହି ମ୍ୟାନିଫେଷ୍ଟୋ ପାଣ୍ଡିଆନଙ୍କ ଦ୍ୱାରା, ପାଣ୍ଡିଆନଙ୍କର ଏବଂ ପାଣ୍ଡିଆନଙ୍କ ପାଇଁ ପ୍ରସ୍ତୁତ ହେଲା ଭଳି ମନେ ହେଉଛି । ୫-ଟି ଲାଗୁ କରିବା ପାଇଁ ଏହି ମ୍ୟାନିଫେଷ୍ଟୋରେ କୁହାଯିବା ଅର୍ଥ ଯେ, ଓଡ଼ିଶାରେ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲାଗୁ କରିବା, ଦୁର୍ନୀତିକୁ ଆହୁରି ବ୍ୟାପକ କରିବା, ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଟ୍ରାଫିକ ପୋଲିସ, କ୍ରୀତଦାସ ସଜାଇବା ଏବଂ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ହତ୍ୟା କରିବା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
    ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨୪ବର୍ଷର ଶାସକ ଦଳ ଏବେ ରିପୋର୍ଟ କାର୍ଡ ଦେଖାଇବା କଥା । ୨୦୦୯, ୨୦୧୪, ୨୦୧୯ରେ ନିର୍ବାଚନ ମ୍ୟାନିଫେଷ୍ଟୋରେ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାର ୯୦ପ୍ରତିଶତ ପ୍ରତିଶ୍ରୁତି ପୂରଣ ହୋଇନାହିଁ । କୁଆଡେ ଗଲା ଝିଅମାନଙ୍କୁ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦାନର ପ୍ରତିଶ୍ରୁତି? କୁଆଡେ ଗଲା ୨୦୧୯ରେ ପ୍ରତିଶ୍ରୁତି ଦେଇଥିବା ଗରିବ ପରିବାରର ଝିଅ ବାହାଘର ପାଇଁ ୨୫ହଜାର ଟଙ୍କାର ଆର୍ôଥକ ସହାୟତା ଘୋଷଣା? କୁଆଡେ ଗଲା ସବୁ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନା ପ୍ରତିଶ୍ରୁତି? ହିଞ୍ଜିଳିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶୀତଳ ଭଣ୍ଡାର ସ୍ଥାପନାରେ ଅସମର୍ଥ ହେଲେ । କୁଆଡେ ଗଲା ଶୂନ ପ୍ରତିଶତ ସୁଧ ହାରରେ ଶିକ୍ଷା ଋଣ ଯୋଗାଇବାର ପ୍ରତିଶ୍ରୁତି? କୁଆଡେ ଗଲା ମହାନଦୀରେ ୭ଟି ବ୍ୟାରେଜ ଏବଂ ୨୨ଟି ଇନଷ୍ଟ୍ରିମ୍ ପ୍ରୋଜେକ୍ଟ କରିବାର ପ୍ରତିଶ୍ରୁତି? ୨୦୧୯ରେ କହିଥିଲେ ଭୁବନେଶ୍ୱରରେ ମେଟ୍ରୋ ରେଳ ଚାଲିବ, ହେଲେ ଏହାର ନିର୍ମାଣ କାମ ନେଇ ଇଟା ଖଣ୍ଡେ ପଡିପାରିଲା ନାହିଁ । କୁଆଡେ ଗଲା ପ୍ରତି ପଂଚାୟତରେ ଗୋଦାମ ଘର ନିର୍ମାଣର ପ୍ରତିଶ୍ରୁତି? କୁଆଡେ ଗଲା ୧୬ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି, ଓଡ଼ିଶାର କଳ କାରଖାନାରେ ନିଯୁକ୍ତିରେ ଓଡ଼ିଆଙ୍କ ପାଇଁ ୭୫ପ୍ରତିଶତ ସଂରକ୍ଷଣର ପ୍ରତିଶ୍ରୁତି? ବିଜେଡି ନିର୍ବାଚନୀ ମ୍ୟାନିଫେଷ୍ଟୋ ସବୁବେଳେ ପ୍ରତାରଣାର ସଂକଳ୍ପପତ୍ର ହୋଇ ରହିଆସିଛି ।
    ବିଜୁ ଜନତା ଦଳର ଏବେକାର ମ୍ୟାନିଫେଷ୍ଟୋରେ ଓଡ଼ିଶାର ଗରିବ ଲୋକମାନଙ୍କ ପାଇଁ କିଛି ନାହିଁ । ଭାରତୀୟ ଜନତା ପାର୍ଟିର ମ୍ୟାନିଫେଷ୍ଟୋରେ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ଧାନ କ୍ୱିଂଟାଲ ୩୧ଶହ ଟଙ୍କା କରାଯିବା ସହ ଓଡିଶାର ଅସହାୟମାନଙ୍କ ପାଇଁ ଥିବା ଭତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମହିଳା ସଶକ୍ତିକରଣ ପାଇଁ ବିଜେପି ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କାର ନଗଦ କ୍ୟାସ ଭାଉଚର ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ଯୁବକମାନଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରାଯିବା ସହ ଓଡିଶାକୁ ମ୍ୟାନୁଫ୍ୟାକ୍‌ଚରିଂଗ, ପର୍ଯ୍ୟଟନରକୁ ଦେଶର କେନ୍ଦ୍ର କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ