Wednesday, October 7, 2026
31.4 C
Odisha

    ତଳସରାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ ତଳସରା ବିଧାନସଭା କ୍ଷେତ୍ରରୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନୀ ସଭାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ୫ଜଣ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ଅପିଲ କରିଛନ୍ତି।

    ଏହି ଅବସରରେ ସେ କହିଛନ୍ତି ଯେ, ସୁନ୍ଦରଗଡରେ ହକିର ବିକାଶ ହେଉ କି ଅନ୍ୟାନ୍ୟ ବିକାଶମୂଳକ ଯୋଜନା, ମୁଖ୍ୟମନ୍ତ୍ରୀ କେଉଁଥିରେ ବି ଅବହେଳା କରିନାହାଁନ୍ତି । କିନ୍ତୁ ତଳସରାବାସୀ ଉଭୟ ସାଂସଦ ଓ ବିଧାୟକ ବାଛିବାରେ ନବୀନଙ୍କୁ କମ ଆଶୀର୍ବାଦ କରୁଛନ୍ତି। କିନ୍ତୁ ବିଧାୟକ ହୁଅନ୍ତୁ ବା ସାଂସଦ ସେମାନେ ଅଞ୍ଚଳ ପାଇଁ କଣ କରୁଛନ୍ତି ତଳସରାବାସୀ ତାର ସମୀକ୍ଷା କରନ୍ତୁ। ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ଠାରୁ ଆରମ୍ଭ କରି କାଳିଆ ଛାତ୍ରବୃତ୍ତି, ଚାଷୀ ପରିବାର ପାଇଁ ବାହାଘର ସହାୟତା ଭଳି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତଳସରାର ବିଭିନ୍ନ ଷ୍ଟାଡିୟମରେ ହକି ଖେଳିବାକୁ ସିନଥେଟିକ ଆଷ୍ଟ୍ରୋଟର୍ଫ ବାବଦରେ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତଳସରାର ୬୦ ହଜାର ୫୦୦ କେନ୍ଦୁପତ୍ର ତୋଳାଳିଙ୍କୁ ମିଳୁଥିବା ବୋନସ ପରିମାଣ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଆଜି ଯାହାବି ଆବେଦନ ମିଳିଛି ନିର୍ବାଚନ ପରେ ସେସବୁକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ