Monday, March 23, 2026
24.7 C
Odisha

    ପାରଦୀପ ବନ୍ଦରରେ ଲାଗିଛି ପଣ୍ୟବାହୀ ଜାହାଜ ମ୍ୟାଗନେଟ ଟିମ୍ ,ଗରିଫ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

    ଆଗକୁ ପଢନ୍ତୁ

    ପାରଦୀପ  :    ପାରଦୀପ ବନ୍ଦରରେ ଲାଗିଥିବା ପଣ୍ୟବାହୀ ଜାହାଜ ଏମଭି ମ୍ୟାଗନେଟକୁ ଗରିଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଭି ନରସିଂହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ସିଲକ ରୋଡ଼ ସିପିଂ ଆଣ୍ଡ ଚାଟରିଂ ଲିମିଟେଡ଼ ପକ୍ଷରୁ ଏମଭି ମାଗନେଟ ଟିମ ବରୋଧରେ ହାଇକୋର୍ଟରେ ଏହି ମାମଲା ହୋଇଛି।   ଗିରଫ ନିର୍ଦ୍ଦେଶ ସହ ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ।  ଡିସେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଜାହାଜ ରୁଷିଆରୁ କୁକିଙ୍ଗ କୋଲ ନେଇ ପାରାଦୀପ ଆସିଥିଲା। ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ଟଙ୍କା ବକେୟା ରହିଛି ।  ଏହି ଟଙ୍କା ନଦେବାରୁ ସିଲକ୍ ରୋଡ୍ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ