Wednesday, February 25, 2026
25.4 C
Odisha

    ପାରାଦୀପ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି, ମୃତ୍ୟୁର କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ପାରାଦୀପ  : ପାରାଦୀପ ଷଣ୍ଢକୁଦ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି । ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏହି ବିରାଟକାୟ ତିମି ମାଛକୁ ଦେଖି କିଛି ଲୋକ ଭୟ କରିବା ସହିତ ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ । ତେବେ ତିମି ମାଛଟିର କେମିତି ମୃତ୍ୟୁ ହୋଇଛି ତାହା ଜଣାପଡିନଥିଲେ ମଧ୍ୟ କୌଣସି ଜାହାଜରେ ପିଟିହୋଇ ମାଛଟି ମରିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି ।

    କୋଡିଏ ବର୍ଷ ପୂର୍ବରୁ ପାରଦୀପ ସମୁଦ୍ର କୂଳରେ ଏକ ବିରାଟକାୟ ତିମିମାଛ ଲାଗିଥିବା ବେଳେ ଗତକାଲି କୂଳରେ ଲାଗିଥିବା ତିମିମାଛର ଲମ୍ୱ ପାଖାପାଖି ୨୦ ପୁଟ ହେବା ସହିତ ଏକ ଟନରୁ ଉର୍ଦ୍ଧ ହେବ ବୋଲି ଆକଳନ କରିଛନ୍ତି ମତ୍ସ୍ୟଜୀବୀ । ତେବେ ମାଛ ଦେହରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଏହି ତିମିମାଛ ୧୫ ଦିନରୁ ଉର୍ଦ୍ଧ ହେବ ମରିଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    26 %
    2.5kmh
    4 %
    Wed
    27 °
    Thu
    33 °
    Fri
    35 °
    Sat
    36 °
    Sun
    38 °

    ସମ୍ବନ୍ଧିତ