Monday, October 19, 2026
21.9 C
Odisha

    ପାର୍ବଣରେ ଅସୁରକ୍ଷିତ ରାଜଧାନୀ, ମୁଖା ପିନ୍ଧା ଦୁର୍ବତ୍ତଙ୍କ ୪ ରାଉଣ୍ଡ ଫାୟାରିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀରେ ମଠ ସାମ୍ନାରେ ଆଖିବୁଜା ଗୁଳିମାଡ଼ । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ହୋଇଛି ଗୁଳିମାଡ଼ । ଦୁଇ ଦୁର୍ବୃତ୍ତ ମୁଖା ପିନ୍ଧି ୪ ରାଉଣ୍ଡ ଫାୟାରିଂ କରିଛନ୍ତି । ଗୁଳିମାଡ଼ରେ ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ ହୋଇଛି । ଗୁଳି ବାଜିଥିବା ବ୍ୟକ୍ତି ହେଉଛନ୍ତି ସୁନିଲ କୁମାର ବାରିକ ଘର ଚଅରପୁର । ସେହିପରି ଅନ୍ୟ ଜଣେ ହେଉଛନ୍ତି ଅଶୋକ । ଉଭୟଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଛି । ସୁନିଲଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁଇମୁଖା ପିନ୍ଧା ଦୁର୍ବୁତ୍ତ ଆସିପାଚେରି ଡେଇଁ ଗୁଳିମାଡ଼ ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ତନାଘନା ତଦନ୍ତ ଜାରି ରହିଛି ।

    ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମିବାଡ଼ି ଜବରଦଖଲରୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ନବରାତ୍ରରେ ସେହି ମଠ ନିକଟରୃ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ପରବର୍ତ୍ତୀ ପର୍ଯାୟରେ ଏହା ଉଗ୍ରରୂପ ନେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ