Thursday, October 22, 2026
28.6 C
Odisha

    ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବେ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ମୋଦି। ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ବୁଲିବେ ମୋଦି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ । ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ମହାମହିମଙ୍କୁ ଶୁଭେଚ୍ଛା ଜଣାଇବା ସହ ସାକ୍ଷାତ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ।

    ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ୪୭,୬୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଭେଟିଦେବେ । ଏହା ପରେ ସ୍ଥାନୀୟ ଗୋସାଣୀ ପୀଠ ପରିଦର୍ଶନ କରି ପ୍ରାର୍ଥନା କରିବେ ।​ ପାହାଡ଼ପୁର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ସମୟ ଅତିବାହିତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ଆଲୋଚନା କରିବା ସହ ଏକ ବିଦ୍ୟାଳୟ, ଦକ୍ଷତା ବିକାଶ କେନ୍ଦ୍ର ଏବଂ ଆଞ୍ଚଳିକ ସଫଳତା ସମ୍ପର୍କିତ ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

    ପାହାଡ଼ପୁର ଗାଁ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ୱଶୁର ଘର ଗ୍ରାମ । ପ୍ରଧାନମନ୍ତ୍ରୀ ସେଠାରେ ଥିବା ପ୍ରସିଦ୍ଧ ‘ଗୋସାଣୀ ପୀଠ’ ସେବାଶ୍ରମକୁ ଯାଇ ପୂଜାର୍ଚ୍ଚନା କରିବେ । ଏହାପରେ ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ସେଠାରେ ଏକ ବିଶାଳ ଜନସମୁଦ୍ରକୁ ସମ୍ବୋଧିତ କରିବା ସହ ରାଜ୍ୟର ଭିତ୍ତିଭୂମି, ରାସ୍ତାଘାଟ, ଜାତୀୟ ରାଜପଥ, ରେଳପଥ, ଜଳସେଚନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୪୬,୦୦୦ କୋଟିରୁ ଅଧିକ ଟଙ୍କାର ଅନେକ ପ୍ରକଳ୍ପର ଭେଟି ଦେବେ । ୬୦୦ ମେଗାୱାଟ୍ ବିଶିଷ୍ଟ ଅପର୍ ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ ପ୍ରକଳ୍ପ ଓ ଇବ୍ ଥର୍ମାଲ୍ ପାୱାର୍ ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଶିଳାନ୍ୟାସ କରିବେ ।

    ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ‘ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍’ ପ୍ରକଳ୍ପ, କଟକ ଓ ଭୁବନେଶ୍ୱରକୁ ସିଧାସଳଖ ଯୋଡ଼ୁଥିବା କାଠଯୋଡ଼ି ନଦୀ ଉପରେ ନୂତନ ସେତୁ, ବୌଦ୍ଧ ଜିଲ୍ଲାର ଧଲପୁର-ହରଭଙ୍ଗା ରାସ୍ତାର ସମ୍ପ୍ରସାରଣ ଏବଂ NH-353 ର ନୂଆପଡ଼ାରୁ ଘାଟିପଡ଼ା ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଇନଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଓ ୯ଟି ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ, ଯାଜପୁର କେନ୍ଦୁଝର ରୋଡ୍-ବୈତରଣୀ ରୋଡ୍ ଏବଂ ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଉଦଘାଟନ ହେବ। ଏହା ସହିତ ରାଇରଙ୍ଗପୁରଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଜନଜାତି ଗବେଷଣା କେନ୍ଦ୍ର ର ମଧ୍ୟ ଉଦଘାଟନ କରାଯିବ।

    ୨୦୨୪ ଜୁନ୍ ୧୨ ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଥିଲା। ଏହି ଗସ୍ତ ସରକାରଙ୍କ ସଫଳତାର ଦ୍ୱିତୀୟ ବର୍ଷକୁ ସେଲିବ୍ରେଟ୍ କରୁଛି। ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ଓଡ଼ିଶାକୁ ଅଷ୍ଟମଗସ୍ତ । ଯାହା କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଫୋକସକୁ ଦର୍ଶାଉଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ହୋଇଥିବାରୁ, ଏହି ଗସ୍ତ ମୟୂରଭଞ୍ଜ ମାଟି ପାଇଁ ସାଂସ୍କୃତିକ ଏବଂ ଭାବଗତ ମହତ୍ତ୍ୱ ବହନ କରୁଛି। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ସାରା ମୟୂରଭଞ୍ଜରେ ଏବେ ଉତ୍ସାହର ପରିବେଶ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଲକ୍ଷ ଲକ୍ଷ ଜନସାଧାରଣ ଏକାଠି ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    53 %
    1.3kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ