Sunday, February 8, 2026
24.5 C
Odisha

    ପିଅନ୍ତୁ ଏହି ହର୍ବାଲ୍ ଚା, ଡାଇବେଟିସଠାରୁ ବ୍ଲଡ୍ ପ୍ରେସର ପର୍ଯ୍ୟନ୍ତ ସମସ୍ତ ରୋଗକୁ କରେ କଣ୍ଟ୍ରୋଲ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ କେତେବେଳେ ଖରା ତ ପୁଣି କେତେବେଳେ ବର୍ଷା । ଋତୁର ପରିବର୍ତ୍ତନରେ ପ୍ରାୟ ଅଧିକାଂଶ ଲୋକଙ୍କ ଦେହ ଖରାପ ହୋଇଥାଏ । ଋତୁ ପରିବର୍ତ୍ତନ ହେବା ମାତ୍ରେ ଛୋଟଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଜର, ଥଣ୍ଡା, କାଶ, ପେଟ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହିପରି ଅନେକ ପ୍ରକାରର ସମସ୍ୟା ସାମ୍ନାକୁ ଆସିଥାଏ । କିନ୍ତୁ ବର୍ତ୍ତମାନ୍ ଡାଇବେଟିସ ଏବଂ ବ୍ଲଡ୍ ପ୍ରେସର ରୋଗୀଙ୍କ ସଂଖ୍ୟା ବେସ୍ ବଢ଼ିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏହି ରୋଗକୁ କିପରି ସହଜ ଉପାୟରେ ଭଲ କରିପାରିବା ।

    ଯଦି ଆପଣ ଡାଇବେଟିସ ରୋଗୀ କିମ୍ବା ଆପଣଙ୍କର ବ୍ଲଡ୍ ପ୍ରେସର ଅଧିକ, ତେବେ ଆପଣଙ୍କ ଖାଦ୍ୟରେ ଏହି ହର୍ବାଲ୍ ଚା କିମ୍ବା କାଢା ସାମିଲ କରନ୍ତୁ । ଏକ ରିପୋର୍ଟ ଅନୁଯାୟୀ, ହର୍ବାଲ୍ ଚା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ, ରକ୍ତ ଶର୍କରା ନିୟନ୍ତ୍ରଣ କରେ ଏବଂ ହୃଦୟ ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରିପାରିବ । ତେବେ ଆସନ୍ତୁ ଜାଣିବା ମଧୁମେହ ଏବଂ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ କେଉଁ ଚା’ ପିଇବା ଉଚିତ?

    ତୁଳସୀ ଚା: ତୁଳସୀ ପତ୍ରକୁ ଔଷଧର ଖଣି କୁହାଯାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ଏବଂ କାଶ-ଥଣ୍ଡା ଏବଂ ସଂକ୍ରମଣକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ତୁଳସୀ ପତ୍ରର ଚା ସକାଳ ଏବଂ ସନ୍ଧ୍ୟାରେ ପିଇପାରିବେ। ଅନେକ ରିପୋର୍ଟ ଅନୁଯାୟୀ, ତୁଳସୀ ପତ୍ର ରକ୍ତ ଶର୍କରା ଏବଂ ରକ୍ତଚାପକୁ କମ କରିବାରେ ସକ୍ଷମ ହୋଇଥାଏ । ଏଥିସହ ଏହାକୁ ପିଇବା ପରେ ଶରୀରକୁ ବହୁତ ଆରାମ ମିଳିଥାଏ ।

    ତେଜପତ୍ର ଚା: ତେଜପତ୍ର କାଫିକ୍ ଏସିଡ୍ରେ ଭରପୂର । ଏହି ଏସିଡ୍ ରକ୍ତବାହୀ ନଳୀକୁ ମଜବୁତ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଯଦି ଆପଣ ପ୍ରତ୍ୟେକ ଦିନ ତେଜପତ୍ରରେ ଚା’ କରି ପିଅନ୍ତି, ତେବେ ଆପଣଙ୍କ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବାକୁ ଲାଗିବ ।
    ଏଥିସହ ଏଥିରେ ସିନାମାଲଡିହାଇଡ୍ ଏବଂ ୟୁଜେନଲ୍ ମଧ୍ୟ ଥାଏ ଯାହା କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ପରେ ରକ୍ତ ଶର୍କରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ।

    ଗରମ ପାଣିରେ ୧ ଚାମଚ ଶୁଖିଲା ପତ୍ର କିମ୍ବା ୮ ରୁ ୧୦ ଟି ତାଜା ତେଜ ପତ୍ର ମିଶାନ୍ତୁ, ୫ ମିନିଟ୍ ପାଇଁ ଫୁଟାନ୍ତୁ । ଏହାପରେ ଏକ କପରେ ଛାଣନ୍ତୁ, କିନ୍ତୁ ଚିନି ବ୍ୟବହାର କରନ୍ତୁ ନାହିଁ । ସେହିପରି ପିଅନ୍ତୁ, ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

    ପିଜୁଳି ପତ୍ର ଚା: ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ରହିଥାଏ । ପିଜୁଳି ପତ୍ର ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ । ପାଚନ ତନ୍ତ୍ରରେ ପ୍ରଦାହ କମ କରେ ଏବଂ ଚିନି ଶୋଷଣକୁ ଧୀର କରେ । ତେଣୁ ଏହା ମେଟାବୋଲିକ୍ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ।

    ଏହି ପିଜୁଳି ପତ୍ର ଚା ତିଆରି କରିବାକୁ ହେଲେ ଆପଣ କିଛି ତାଜା ପତ୍ର ଧୋଇ ଫୁଟା ପାଣିରେ ମିଶାନ୍ତୁ । ଫୁଟିବା ପରେ ଛାଣନ୍ତୁ ଏବଂ କିଛି ବୁନ୍ଦା ମହୁ ମିଶାନ୍ତୁ । ଏହାପରେ ଏହି ଚା’ର ମଜା ନିଅନ୍ତୁ । ପ୍ରତିଦିନ ଗୋଟିଏ କିମ୍ବା ଦୁଇ କପ୍ ପର୍ଯ୍ୟନ୍ତ ସେବନ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆପଣ ନିୟମତି ଭାବରେ ଏହି ଟିପ୍ସକୁ ଫଲୋ କରନ୍ତି, ତେବେ ଦେଖିବେ ଆପଣଙ୍କର ହେଉଥିବା ସମସ୍ୟା ବହୁତ ଶୀଘ୍ର ଗାୟବ ହୋଇଯିବ ଏବଂ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    17 %
    2kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ