Friday, April 3, 2026
39.1 C
Odisha

    ପିଏମ୍ କିଷାନ କେୱାଇସି ଅପ୍‌ଡେଟ ଅବଧି ୬ ମାସ ବଢ଼ିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପିଏମ୍ କିଷାନ ଯୋଜନାରୁ ବାଦ୍ ପଡିଥିବା ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଚାଷୀଙ୍କୁ ଏଣିକି କେୱାଇସି ଅପ୍‌ଡେଟ ପାଇଁ ଅତିରିକ୍ତ ୬ ମାସ ସମୟ ମିଳିବ। ସେପ୍ଟେମ୍ବର ୮ରୁ ଆରମ୍ଭ କରି ୬ ମାସ ମଧ୍ୟରେ ଚାଷୀ ନିଜ କେୱାଇସି ଅପ୍‌ଡେଟ କରିପାରିବେ। କୌଣସି ଚାଷୀ ଯେପରି ପିଏମ୍‌ କିଶାନରୁ ବାଦ୍ ନପଡନ୍ତି ସେଥିପାଇଁ ସରକାର ଏକ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ କରିଛନ୍ତି। ଥରେ କେୱାଇସି ଅପ୍‌ଡେଟ କରିବା ପରେ ସିଏମ୍ କିଷାନ ହିତାଧିକାରୀ ପିଏମ୍ କିଷାନ ଯୋଜନାର ଲାଭ ପାଇପାରିବେ।  ରିପୋର୍ଟ ଅନୁସାରେ ୫୧.୫୪ ଲକ୍ଷ ଚାଷୀ ସିଏମ୍ କିଷାନ ଯୋଜନାରେ ସାମିଲ ଥିବାବେଳେ ପିଏମ୍ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ଅଛନ୍ତି। ଚଳିତବର୍ଷ ୬ ଲକ୍ଷ ଚାଷୀ ପିଏମ୍ କିଷାନରେ ଯୋଡିହୋଇଛନ୍ତି। ଏହି ଅପ୍‌ଡେଟ ପରେ ଚାଷୀମାନେ ସିଧାସଳଖ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇପାରିବେ ବୋଲି ବିଭାଗ ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ