Friday, January 16, 2026
16.1 C
Odisha

    ପିଏମ ଆବାସ ସହରାଞ୍ଚଳ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ସମ୍ବଲପୁର : ପିଏମ ଆବାସ ସହରାଞ୍ଚଳ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ହିତାଧିକାରୀମାନଙ୍କୁ ପିଏମ ଆବାସ ସହରାଞ୍ଚଳ ଯୋଜନାର କାର୍ଯ୍ୟାଦେଶ ଏବଂ ବିଭିନ୍ନ ଯୋଜନାର ସୁବିଧା ବିତରଣ କରିଛନ୍ତି ଧର୍ମେନ୍ଦ୍ର ।  ଗରିବ ଲୋକଙ୍କୁ ସୁରକ୍ଷିତ ଏବଂ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

    ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ସରକାରୀ ସୁବିଧା ପହଞ୍ଚାଇବା ଡବଲ ଇଞ୍ଜିନ ସରକାରର ଲକ୍ଷ୍ୟ । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୮୫୫ ଜଣ ହିତାଧିକାରୀଙ୍କୁ ୨.୫ କୋଟି ଟଙ୍କା ମୂଲ୍ୟର ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି  ।  ସେହିପରି ୧୦ ଜଣ ଉଠା ଦୋକାନୀଙ୍କୁ ମଧ୍ୟ ବିନା ବନ୍ଧକରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଛନ୍ତି ।

    ୩୨ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ ସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି  ।  ୩୪ ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉଛି  ।  ଏହା ହିତାଧିକାରୀଙ୍କ ସାମର୍ଥ୍ୟ ବୃଦ୍ଧିର ଏକ ପ୍ରୟାସ ବୋଲି କହିଛନ୍ତି ଧର୍ମେନ୍ଦ୍ର ।  ଏହା ବ୍ୟତୀତ ପ୍ରାୟ ୧୨.୬୩ କୋଟି ଟଙ୍କା ବ୍ୟୟରେ ୩୦ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି  ।  ଏହା ସମ୍ବଲପୁରର ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.1 ° C
    16.1 °
    16.1 °
    27 %
    1.7kmh
    53 %
    Fri
    16 °
    Sat
    29 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ