Saturday, May 10, 2025
40.5 C
Odisha

    ପିକ୍‌ଅପ୍ ଦୁର୍ଘଟଣାଗ୍ରସ୍ତ; ମୃତ

    ଆଗକୁ ପଢନ୍ତୁ

    ପାଟଣାଗଡ଼ ଥାନା ପାଢେଲ ଗାଁ ନିକଟରେ ପଦ୍ମପୁର ପଟରୁ ପାଟଣାଗଡ଼କୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ ରାସ୍ତା କଡ଼ରେ ଥିବା ଏକ ନିମ୍ୱଗଛକୁ ଧକ୍କାଦେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଦ୍ୱୟ ହେଲେ ଦେଓଗାଁ ଥାନା ବ୍ରାହ୍ମଣୀଯୋର ଗାଁର ନିତ୍ୟାନନ୍ଦ ବାଗ ଓ ସିଂଘାମୁଣ୍ଡା ଗାଁର ଜଳନ୍ଧର ସାହୁ । ସୋମବାର ଅପରାହ୍ନରେ ପିକ୍‌ଅପ୍ ଭ୍ୟାନ୍ ପଦ୍ମପୁରରୁ ପାନ ମସଲା ସାମଗ୍ରୀ ନେଇ ଦେଓଗାଁ ଥାନା ବନପଡ଼ା ଗ୍ରାମକୁ ଯାଉଥିଲା । ପିକ୍‌ଅପ୍ ଟି ପାଢେଲ ଗାଁ ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ନିମ୍ୱ ଗଛକୁ େ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଗାଡ଼ିରେ ଥିବା ଡ୍ରାଇଭର ନିତ୍ୟାନନ୍ଦ ବାଗ ଓ ତାର ସହଯୋଗୀ ଜଳନ୍ଧର ସାହୁଙ୍କ ମୃତ୍ୟୁ ଘଟିଥିଲା । ପାଢେଲ ଗାଁର ଲୋକେ ପହଞ୍ଚି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ପହଞ୍ଚି ଶବ ଜବତ କରିଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ଏ ଘଟଣାରେ ଏକ ଦୁର୍ଘଟଣା ଜନିତ ମାମଲା ହୋଇଥିବାବେଳେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନା ଅଧିକାରୀ ବ୍ରଜବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.5 ° C
    40.5 °
    40.5 °
    17 %
    3.4kmh
    16 %
    Sat
    40 °
    Sun
    42 °
    Mon
    44 °
    Tue
    42 °
    Wed
    43 °

    ସମ୍ବନ୍ଧିତ