Wednesday, June 4, 2025
31.6 C
Odisha

    ପିଜି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଭୋକେସନାଲ୍ ଟ୍ରେନର ଗିରଫ

    ଆଗକୁ ପଢନ୍ତୁ

    ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ଲଜ୍ଜା ପିଛା ଛାଡୁନି । ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ, ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ଡିପ୍ଲୋମା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣା ଲୋକଙ୍କ ମନରୁ ଏଯାଏଁ ଲିଭିନି । ଏହାରି ମଧ୍ୟରେ ଆଉ ଗୋଟେ ଲଜ୍ଜାଜନକ ଘଟଣା ଲୋକଲୋଚନକୁ ଆସିଛି । ଜଣେ ପିଜି ଛାତ୍ରୀଙ୍କୁ ଭୋକେସନାଲ୍ ଟ୍ରେନର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ୯ ମାସ ଧରି ନ୍ୟାୟ ନମିଳିବାରୁ ଛାତ୍ରୀ ଜଣକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ରଘୁନାଥପାଲି ଥାନାରେ ଏହି ଅଭିଯୋଗ ହୋଇଛି । ପୁଲିସ ଭୋକେସନାଲ୍ ଟ୍ରେନର ପ୍ରକାଶ କୁମାର ସାହୁ(୩୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
    ପୁଲିସ ସୂଚନା ମୁତାବକ, ପାନପୋଷ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ପ୍ରଥମ ବର୍ଷରେ ପାଠପଢୁଥିବା ଜଣେ ଛାତ୍ରୀଙ୍କୁ ଗତ ଜାନୁଆରୀ ମାସରେ ଅଭିଯୁକ୍ତ ପ୍ରକାଶ ଅସଦାଚରଣ ଓ ନିର୍ଯାତନା ଦେଇଥିଲେ । ଏନେଇ ପୀଡ଼ିତା କଲେଜ ପରିଚାଳନା କମିଟି ନିକଟରେ ଅଭିଯୋଗ କରିଥିଲେ । ହେଲେ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ତେଣୁ ଗୁରୁବାର ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ପୀଡିତା କଲେଜ ପରିଚାଳନା କମିଟି ଏବଂ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲା ବେଳେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜ କର୍ତ୍ତୃପକ୍ଷ ନିରବ ରହିବା ପଛରେ କି ରହସ୍ୟ ଲୁଚି ରହିଛି ତାହା ତଦନ୍ତ ପରେ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.6 ° C
    31.6 °
    31.6 °
    46 %
    1.9kmh
    37 %
    Wed
    37 °
    Thu
    39 °
    Fri
    40 °
    Sat
    40 °
    Sun
    42 °

    ସମ୍ବନ୍ଧିତ